ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ଅଛନ୍ତି। ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ । ଏ ନେଇବିଏମ୍ସି ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି।
ସେ ମୁମ୍ବାଇରୁ ଫେରିଥିଲେ। ମୁମ୍ବାଇରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ପଜିଟିଭ୍ ବାହାରିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ତାଙ୍କ ଆଖପାଖ ଘରକୁ ସାନିଟାଇଜ୍ କରାଯାଉଛି।
ଗତକାଲି ଭୁବନେଶ୍ୱରରେ ଗୋଟିଏ ପରିବାରରୁ ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ସେମାନେ ପଟିଆ ଅଞ୍ଚଳରେ ହୋଇଥିବା ବେଳେ ଦିଲ୍ଲୀରୁ ଫେରି ହୋମ କ୍ୱରେଣ୍ଟାଇନରେ ରହିଥିଲେ। ଏହି ଦୁଇ ଜଣଙ୍କ ମଧ୍ୟରେଜଣେ ଆଠ ବର୍ଷ ଝିଅଥିଲେ।
ଅନ୍ୟପଟେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ତିନି ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାଥାଉ କି, ସୁନ୍ଦରଗଡ଼ରୁ ବାହାରିଥିବା ୧୨ ପଜିଟିଭଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି।ସମସ୍ତେ ସରକାରୀ କ୍ୱାରେଣ୍ଟିନରେ ଥିଲେ।ଏମାନଙ୍କ ଭିତରୁ ୮ ଜଣ ପ୍ରବାସ ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୦୮୯ ଜଣ ଚିକିତ୍ସାଧିନ ଅଛନ୍ତି।
ରାଜ୍ୟରେ କରୋନାରେ ଆକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଗତକାଲି ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଜି ୯୯ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛ।ୟ