ବରା ବିକାଳୀରୁ ବଡି ବିଲ୍ଡର

୧୨ ବର୍ଷର ସଂଘର୍ଷ. . ମିଷ୍ଟର ଓଡ଼ିଶା ଟାଇଟଲ ଜିଣିଲେ ରଶ୍ମି ରଂଜନ ସାହୁ

ବରା ବିକ୍ରେତାରୁ ସଫଳ ବଡି ବିଲ୍ଡର
ମିଷ୍ଟର ଓଡ଼ିଶା ଟାଇଟଲ ଜିଣିଲେ ରଶ୍ମି ରଂଜନ ସାହୁ
୧୨ ବର୍ଷର ସଂଘର୍ଷ ପରେ ସଫଳତା
ପୂର୍ବରୁ ରାଜଧାନୀ ରାସ୍ତା କଡ଼ରେ ବିକୁଥିଲେ ବରା

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି) : ସଂଘର୍ଷରୁ ସଫଳତା। ବରା ବିକାଳୀ ଆଜି ବଡି ବିଲ୍ଡର । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଜି ସେ ସ୍ଥିର କରିଥିବା ନିଜ ଲକ୍ଷ୍ୟକୁ ହାସଲ କରିନେଇଛନ୍ତି ।  ଦିନେ ରାଜଧାନୀ ରାସ୍ତା କଡରେ ବରା ପିଆଜି ବିକୁଥିଲେ, ଆଉ ଆଜି ଚଳିତ ବର୍ଷର ମିଷ୍ଟର ଓଡିଶା । ଭୁବନେଶ୍ୱରରେ ଓଡିଶା ବଡି ବିଲିଡ଼ିଂ ଅସୋସିଏସନ ଦ୍ୱାରା ଆୟୋଜିତ ରାଜ୍ୟ ବଡି ବିଲଡ଼ିଂ ଚାମ୍ପିୟନସିପ ମିଷ୍ଟର ଓଡିଶା ଟାଇଟଲ ଜିଣିଛନ୍ତି ରଶ୍ମି ରଂଜନ ସାହୁ । ତେବେ ଏହି ଟାଇଟଲ ଜିଣିବାକୁ ଲାଗିଥିଲା ତାଙ୍କୁ ଲାଗିଛି ଦୀର୍ଘ ୧୨ ବର୍ଷ ।

ରାଜଧାନୀ ରାସ୍ତା କଡ଼ରେ ବସି ବରା ପିଆଜି ବିକ୍ରି କରି ବଡ଼ି ବିଲ୍ଡ଼ିଂକୁ କ୍ୟାରିୟର ଭାବେ ଗ୍ରହଣ କରିଥିବା ରଶ୍ମି ରଞ୍ଜନ ସାହୁଙ୍କର ଯାତ୍ରା ଏତେ ସହଜ ନଥିଲା। ମିଷ୍ଟର ଓଡିଶା ଟାଇଟଲ ଜିଣିବା ସହ  ଦିନ ରାତି ପରିଶ୍ରମ କରି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିପାରିଛନ୍ତି ରଶ୍ମି ରଂଜନ। କେବଳ ଯେ ପ୍ରତିନିଧିତ୍ୱ କରିଛନ୍ତି ତା’ ନୁହେୱ  ଜାତୀୟ ବଡି ବିଲ୍ଡିଂ ଚାମ୍ପିଅନ୍‌ସିପ୍‌ରେ ଏସିଆ ତଥା  ୱାଲ୍ଡ଼ରେ ମଧ୍ୟ ନିଜର ସ୍ଥାନ ବଜାୟ ରଖିଛନ୍ତି। ସେ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଚାରୋଟି ଜାତୀୟ କ୍ରୀଡ଼ାରେ ଭାଗ ନେଇ ସଫଳ ହୋଇ ସାରିଛନ୍ତି।

ରଶ୍ମି ରଂଜନ କହିଛନ୍ତି, ୨୦୦୯ରୁ କରିଥିବା ଅକ୍ଳାନ୍ତ ପରିଶ୍ରମ ପରେ ଏବେ ସଫଳତା ମିଳିଛି। ତେବେ ବର୍ତ୍ତମାନ ୨ ମାସ ହେଲା  ମିଷ୍ଟର ଇଣ୍ଡିଆ ଓ ମିଷ୍ଟର ଏସିଆ ପ୍ରତିଯୋଗିତାକୁ ଆଖିରେ ରଖି ପ୍ରୟାସ ଜାରି ରଖିଛନ୍ତି।  ଏବେ ସେ ଜଣେ ଡାକବାଲା ରୂପେ କାର୍ଯ୍ୟ କରୁଛନ୍ତି। ତେବେ ଭୁବନେଶ୍ୱରକୁ ତାଙ୍କର ବଦଳି କରାଗଲେ ଏଠାରେ ଥିବା କୋଚଙ୍କ ଠାରୁ ଉନ୍ନତ ମାନର ପ୍ରଶିକ୍ଷଣ ନେଇ ରାଜ୍ୟ ପାଇଁ ତଥା ଦେଶ ପାଇଁ ମେଡ଼ାଲ ଜିଣିପାରନ୍ତେ ବୋଲି କହିଛନ୍ତି।

You might also like