• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଟ୍ରିକ୍ ପରୀକ୍ଷାରେ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷା ସରିବାର ୨୪ ଘଣ୍ଟା ନପୁରୁଣୁ ଛାତ୍ରଛାତ୍ରୀଙ୍କ OMR ସିଟ୍ ଗାଏବ ହୋଇଯାଇଛି। ଗତକାଲି ମାଟ୍ରିକ୍ ଗଣିତ ପରୀକ୍ଷା ସରିଥିବା ବେଳେ OMR ସିଟ୍ ଗାଏବ ହୋଇଯାଇଥିବା ଘଟଣା ସାମ୍‌ନାକୁ ଆସିଛି।

ମାଲକାନଗିରି ଜିଲ୍ଲା ପଡ଼ିଆ ଏସ୍ଏସ୍‌ଡି ହାଇସ୍କୁଲରେ ପରୀକ୍ଷା ଦେଇଥିବା ସମସ୍ତ ୧୦୮ ଜଣ ଛାତ୍ରଛାତ୍ରୀଙ୍କ OMR ସିଟ୍ ଗାଏବ ହୋଇଯାଇଥିବା ସୂଚନା ମିଳିଛି। ତେବେ ସ୍କୁଲରେ କଡ଼ା ସୁରକ୍ଷା ବଳୟ ଭିତରେ OMR ସିଟ୍‌କୁ ରଖାଯାଇଥିଲା। ତଥାପି କିପରି ଓ କିଏ OMR ସିଟ୍‌କୁ ଗାଏବ କଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

ଏହି ବିଭ୍ରାଟ ପରେ ପଡ଼ିଆ ଥାନାରେ ସ୍କୁଲ୍ କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି। ଅନ୍ୟପଟେ, ଉପଜିଲ୍ଲାପାଳ ଓ ପଡ଼ିଆ ଥାନା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେପଟେ ପରୀକ୍ଷା କେନ୍ଦ୍ରରୁ କିପରି OMR ସିଟ୍ ଗାଏବ ହେଲା ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ଗତକାଲି ମାଟ୍ରିକ୍ ଗଣିତ ପରୀକ୍ଷା ସରିଥିଲା। ଗୋଟେ ଦିନ ଭିତରେ ଏତେ ବଡ଼ ଧରଣର ବିଭ୍ରାଟ କିପରି ହେଲା ସେ ନେଇ  ମାଧ୍ୟମିକ ଶିକ୍ଷା ପରିଷଦ ଏବେ ଅଡ଼ୁଆରେ।

ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ହିଁ ବିବାଦ ବୋର୍ଡର ପିଛା ଛାଡ଼ୁନି। ଗୋଟେ ପରେ ଗୋଟେ ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଏବେ ଏତେ ବଡ଼ ଧରଣର ବିଭ୍ରାଟ ସାମ୍ନାକୁ ଆସିଛି।

Omr-sheet-of-108-students-who-appeared-for-mathematics-exam-missing
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories