ଦୁଇ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ମାଟ୍ରିକ୍‌ ପରୀକ୍ଷା ଗଣିତ OMR ସିଟ୍ ଗାଏବ ଘଟଣା

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହାଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ହେବା ଘଟଣାରେ ଆଉ ୨ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର।

ପଡ଼ିଆ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ସୁପାରିସ୍‌ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଜଳନ୍ଧର ବେହେରା ଓ ପ୍ରଭାକର ପାତ୍ରଙ୍କୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଓ ଉପ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା।

ଗତକାଲି ସ୍କୁଲରୁ ମାଟ୍ରିକ୍‌ ପରୀକ୍ଷାର ଗଣିତ ବିଷୟର ୧୦୮ଟି OMR ସିଟ୍ ଗାଏବ ହୋଇଯାଇଥିଲା। ଅଭିଯୋଗ ଆସିବା ପରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନ ଆରା ବେଗମଙ୍କ ନିର୍ଦ୍ଦେଶରେ ବ୍ଲକ୍‌ ଶିକ୍ଷା ଅଧିକାରୀ ପଡ଼ିଆ ଥାନାରେ ଏତଲା ଦେଇଥିଲେ। ଅଧୀକ୍ଷକ, ଉପ ଅଧୀକ୍ଷକ, ପର୍ଯ୍ୟବେକ୍ଷକ ଓ ଜଣେ ପିଅନଙ୍କ ନାଁରେ ଏତଲା ଦିଆଯାଇଥିଲା।

You might also like