କମିଶନରେଟ୍ ପୁଲିସ ରାଡାରରେ ଅପରାଧୀ : ୨୪ ଘଣ୍ଟାରେ ଦ୍ୱିତୀୟ ଏନ୍‌କାଉଣ୍ଟର,

ଅସଲି ନାଁରେ ଚାଲିଥିବା ନକଲି ମଦ କାରବାରର ପର୍ଦ୍ଦାଫାସ୍

ଭୁବନେଶ୍ୱର : କମିଶନରେଟ୍ ପୁଲିସର ଚାଞ୍ଚଲ୍ୟକର ଖୁଲାସା।  ଆପାର୍ଟମେଣ୍ଟରେ ନକଲି ମଦ କାରବାରର ପର୍ଦ୍ଦାଫାସ୍। ନାମୀଦାମୀ ବ୍ରାଣ୍ଡର ବୋତଲ ସହ ବ୍ରାଣ୍ଡେଡ୍ ଠିପି, ଲେବଲ ଓ ମଦ ତିଆରି ସାମଗ୍ରୀରେ  ଅସଲି ନାଁରେ ନକଲି ମଦ ତିଆରି କରି ଚାଲୁଥିଲା ବେଧଡ଼କ ବେପାର।

ଧଉଳି ନିକଟ ବାପୁଜୀ ହାଇଟ୍ ଆପାର୍ଟମେଣ୍ଟର ୨୦୮ ନମ୍ବରର ଘର ମାଲିକ ଏକ ସିକ୍ୟୁରିଟି ଏଜେନ୍ସି କରିଥିବା ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଦେଇଥିଲେ। କିନ୍ତୁ ସେହି ଘରେ ଲୋକ ରହିବା ବଦଳରେ ସିପୁନ୍ କବି ଓ ହରେକୃଷ୍ଣ ସ୍ୱାଇଁ ଚଳାଇଥିଲେ ବେଆଇନ ମଦ ବେପାର। ଯାହାର ପର୍ଦ୍ଦାଫାସ୍ କରି ଏହି ୨ ଦୁର୍ବୃତ୍ତଙ୍କୁ ଗତ ରାତିରେ ଏନ୍‌କାଉଣ୍ଟର କରି କାବୁ କରିନେଇଛି କମିଶନରେଟ୍ ପୁଲିସ।

ସମୟ ରାତି ପ୍ରାୟ ୨ଟା ୪୫ ମିନିଟ୍। ଏହି ଆପାର୍ଟମେଣ୍ଟରେ ନକଲି ମଦ ବେପାର ଚାଲିଥିବା ସୁରାକ୍ ପାଇ ଚଢ଼ଉ କରିବାକୁ ଯାଇଥିଲା ପୁଲିସ। ତାପୂର୍ବରୁ ଚତୁରତାର ସହ ବାଇକ୍‌ରେ ଖସିଯିବାକୁ ଉଦ୍ୟମ କରିଥିଲେ ସିପୁନ୍ ଆଉ ହରେକୃଷ୍ଣ। ଏହାପରେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ସେମାନଙ୍କୁ ଗୋଡ଼ାଇଥିଲା। ଏହି ସମୟରେ ଅପରାଧୀଙ୍କ ପକ୍ଷରୁ ଫାୟାରିଂ ହେବା ପରେ ପୁଲିସ ଟିମ୍ ନିଜ ଆଡୁ କରିଥିଲା ଏନ୍‌କାଉଣ୍ଟର। ଆଉ ଗୁଳି କରି ଧଉଳି ଥାନା ଅନ୍ତର୍ଗତ ବଡ଼ଗଡ଼ ଚିଲିପୋଖରୀ ଇଲାକାରେ କାବୁ କରିନେଇଥିଲା ୨ ଅପରାଧୀଙ୍କୁ। ଆଉ ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ବାଇକ, ୫୦ହଜାର ଟଙ୍କା, ଖେଳଣା ବନ୍ଧୁକ ସହ ୩ଟି ମୋବାଇଲ୍ ଫୋନ୍‌କୁ ଜବତ କରିଛି ପୁଲିସ।

ସିପୁନ୍ ଏବଂ ହରେକୃଷ୍ଣ ହେଉଛନ୍ତି ଗତକାଲିର ଡବଲ୍ ଏନକାଉଣ୍ଟରରେ ଧରାପଡ଼ିଥିବା ଦୁଇ ଅପରାଧୀ ଅରୁଣ ଓ ବିବେକ ଗ୍ୟାଙ୍ଗର ସଦସ୍ୟ। ଏମାନଙ୍କ ନାଁରେ  ଲୁଟ୍‌, ଡକାୟତି, ରାହାଯାନୀ, ବେଆଇନ ମଦ କାରବାର ଆଦି ଏକାଧିକ ମାମଲା ରହିଛି ବିଭିନ୍ନ ଥାନାରେ। ତେବେ ଘରଭଡ଼ା ନେଇଥିବା ଦେବାଶିଷ ଦାସଙ୍କ ସହ ଏମାନଙ୍କର ସମ୍ପର୍କ କଣ ? ଏହି ବେଆଇନ୍ ମଦ କାରବାରରେ ଘରର ଅସଲି ମାଲିକଙ୍କର ଲିଙ୍କ୍ ଅଛି ନା ନାହିଁ ? ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।

ଆହୁରି ପଢ଼ନ୍ତୁ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

You might also like