ସଟ୍ଡାଉନ୍: ଭୁବନେଶ୍ୱରରେ ଏହିସବୁ ରିଟେଲର୍ ଓମ୍ଫେଡ୍ ପ୍ରଡକ୍ଟ ହୋମ୍ ଡେଲିଭରି କରିପାରିବେ
ଭୁବନେଶ୍ୱର: ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ସଟ୍ଡାଉନ୍ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍ ଓମ୍ଫେଡ୍ ପ୍ରଡକ୍ଟ ହୋମ୍ ଡେଲିଭରି କରିପାରିବେ ସେନେଇ ଏକ ତାଲିକା ପ୍ରକାଶ ପାଇଛି।
ତାଲିକାରେ ୨୬ ଜଣ ରିଟେଲର୍ଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ହୋଇଛି। କେବଳ ତାଲିକାରେ ସ୍ଥାନୀତ ରିଟେଲର୍ ହିଁ ଓମଫେଡ୍ ପ୍ରଡକ୍ଟ ହୋମ୍ ଡେଲିଭରି କରିପାରିବେ।
ସବୁଠୁ ଅଧିକ କରୋନା ପ୍ରଭାବିତ ହୋଇଥିବା ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ଡାଉନ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ଡାଉନ୍ ଘୋଷଣା ହୋଇଛି। ଜୁନ୍ ୩୦ ଯାଏ ଏହି ନିୟମ ଲାଗୁ ହେବ।