ଏମିତି ରଜ ପାଳନ କରନ୍ତି ଓଲିଉଡ୍‌ ଷ୍ଟାର୍‌ : Ollywood Stars Raja Experience

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍‌ ରଜରେ ଦେଖିବାକୁ ମିଳେ। ୩ ଦିନ ଧରି ଚାଲିବାକୁ ଥିବା ଏହି ପର୍ବ କାହା ପାଇଁ ବାଉଁଶ ଦୋଳିର ମଜା ତ କାହା ପାଇଁ ଖିଲି ପାନର ଦିନ। ଏହି ପର୍ବକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରେ। ଆଉ ସେମାନଙ୍କ ମଧ୍ୟରୁ ବାଦ୍‌ ପଡ଼ିନାହାନ୍ତି ଆମ ଅଭିନେତ୍ରୀମାନେ।

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ସାଧାରଣ ଝିଅଟିଏ ପରି ଓଲିଉଡ୍‌ ଅଭିନେତ୍ରୀମାନେ ମଧ୍ୟ ପାଳନ କରନ୍ତି ରଜ (Raja Parba)। ପାନ ଓ ପୋଡ଼ ପିଠା ଖାଇ ବାଉଁଶ ଦୋଳିରେ ବସି ରଜ ପାଳନ୍ତି ଏହି ଚୁଲ୍‌ବୁଲି ଗ୍ଲାମରସ୍‌ ଅଭିନେତ୍ରୀମାନେ। ପ୍ରତ୍ୟେକ ବର୍ଷ ଭଳି ଏଥର ମଧ୍ୟ ସେମାନେ ଖୁବ୍‌ ଉତ୍ସାହର ସହ ରଜକୁ ଅପେକ୍ଷା କରିଛନ୍ତି।

ରଜକୁ ନେଇ ଏହି ସୁନ୍ଦରୀ ଅଭିନେତ୍ରୀ ମାନେ କ’ଣ କହିଛନ୍ତି ଏବଂ କେଉଁ ଅନୁଭୂତି ବଖାଣିଛନ୍ତି, ଆସନ୍ତୁ ଜାଣିବା।

ଭୂମିକା-

Bhoomika
Bhoomika

ଓଲିଉଡ୍‌ର ସବୁଠୁ ୟଙ୍ଗ, ଚୁଲ୍‌ବୁଲି, ସୁନ୍ଦରୀ ଏବଂ ପ୍ରତିଭାମୟ ଅଭିନେତ୍ରୀ ହେଉଛନ୍ତି ଭୂମିକା (Bhumika)। କଅଁଳ ବୟସରେ ଅଭିନୟରେ ଧୂରନ୍ଧର ହୋଇ ସାରିଥିବା ଏହି ଅଭିନେତ୍ରୀଙ୍କ ପାଇଁ ଏଥର ରଜ ବେଶ୍‌ ସ୍ୱତନ୍ତ୍ର। କାରଣ ପ୍ରଥର ଥର ପାଇଁ ତାଙ୍କର ଏକ ଫିଲ୍ମ ରଜରେ ରିଲିଜ୍‌ ହେଉଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’(Tu Mo Love Story-2) ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଭୂମିକା। ଫିଲ୍ମଟି ରଜରେ ରିଲିଜ୍‌ ହେବାକୁ ଯାଉଛି।
ରଜର ପ୍ରଥମ ଦିନରେ ଭୂମିକା ତାଙ୍କର ପୂରା ସମୟ ଫିଲ୍ମ ପ୍ରିମିୟରରେ ଦେବାକୁ ଚାହୁଁଛନ୍ତି। ବାକି ଦୁଇ ଦିନ ସେ ବିଭିନ୍ନ ପ୍ରୋଗ୍ରାମ୍‌ ଯାଇ ମଜାମସ୍ତି କରିବାକୁ ଯୋଜନା ରଖିଛନ୍ତି।
ଭୂମିକା କହିଛନ୍ତି, ରଜରେ ବିଭିନ୍ନ ଜାଗା ବୁଲିବାକୁ ମୋତେ ଭଲ ଲାଗେ। ରଜ ସ୍ପେଶାଲ ପାନ ଏବଂ ପୋଡ଼ପିଠା ଖାଇବାକୁ ତାଙ୍କୁ ବହୁତ ଭଲ ଲାଗେ।

ଶିବାନୀ-

Shivani Sangita
Shivani Sangita

ଓଲିଉଡ୍‌ର ଅନ୍ୟତମ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ଶିବାନୀ(Shivani)। ଅଭିନୟ ସହ ସେ ବେଶ୍‌ ସୁନ୍ଦର ଗୀତ ମଧ୍ୟ ଗାଇ ପାରନ୍ତି। ଶିବାନୀଙ୍କ ପାଇଁ ରଜ ଅର୍ଥ ମାମୁ ଘର। ପ୍ରତିବର୍ଷ ସେ ରଜରେ ମାମୁ ଘରକୁ ଯାଆନ୍ତି। ଏଥର ମଧ୍ୟ ସେହି ସମାନ ଜାଗାକୁ ଯିବାର ଯୋଜନା କରିଛନ୍ତି । ସେଠାରେ ତାଙ୍କୁ ପାନ, ପୋଡ ପିଠା ବାଉଁଶ ଦୋଳି ଖେଳିବାକୁ ଭଲ ଲାଗେ। ଏଥିସହ ଶିବାନୀଙ୍କ ପାଇଁ ଅନୁଭୂତି ହେଉଛି ତାଙ୍କର ପ୍ରଥମ ଫିଲ୍ମ ‘ଶ୍ରୀଷ୍ଟର ଶ୍ରୀଦେବୀ’(Sister Sridevi)୨୦୧୭ରେ ରିଲିଜ୍‌ ହୋଇଥିଲା।। ତାହା ତାଙ୍କ ପାଇଁ ବେଶ୍‌ ସ୍ମରଣୀୟ ଥିଲା।

ଦିବ୍ୟା ଦିଶା–

Divya Mohanty
Divya Mohanty

ଓଲିଉଡ୍‌ର ଗ୍ଲାମରସ୍‌ ଗର୍ଲ ଦିବ୍ୟା(Divya)। ରଜକୁ ବେଶ୍‌ ଧୁମ୍‌ ଧାମରେ ପାଳନ କରନ୍ତି। କହିବାକୁ ଗଲେ ରଜ ତାଙ୍କ ପାଇଁ ଏକ ନୂଆ ପରିଚୟ ଆଣିଦେଇଛି। କାହିଁକି ନା ଗତ ବର୍ଷ ତାଙ୍କର ପ୍ରଥମ ଓଲିଉଡ୍‌ ଫିଲ୍ମ ପରଦାକୁ ଆସିଥିଲା। ଗତ ବର୍ଷ ରଜରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ସୁନ୍ଦରଗଡର ସଲମାନ୍‌ ଖାନ୍‌’(Sundergarh Ra Salman Khan) । ଏଥିରେ ତାଙ୍କୁ ବାବୁସାନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା।
ଦିବ୍ୟାଙ୍କ କହିବା ଅନୁଯାୟୀ, ରଜରେ ରିଲିଜ୍‌ ହୋଇଥିବା ଫିଲ୍ମ ହିଁ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ତେଣୁ ସେ ରଜକୁ କେବେ ଭୁଲି ପାରିବେନି ଏବଂ କେବଳ ଝିଅମାନେ ନୁହେଁ ସମସ୍ତେ ମିଶି ରଜକୁ ପାଳନ କରିବା ଉଚିତ।

ସୂର୍ଯ୍ୟମୟୀ-

Suryamayee mohapatra
Suryamayee Mohapatra

ଟଲ୍‌ ଫେୟାର ବିୟୁଟିଫୁଲ୍‌। ଏତେ ସବୁ ଟ୍ୟାଗ୍‌ ଏକ ସଙ୍ଗେ ଯାହା ସହ ଯୋଡି ହୋଇଯାଏ ସେ ହେଉଛନ୍ତି ଓଲିଉଡ୍‌ର ଜବରଦସ୍ତ ଅଭିନେତ୍ରୀ ସୁର୍ଯ୍ୟମୟୀ (Suryamayee)। ବ୍ୟକ୍ତିତ୍ୱ ପୂରା ନିଆରା। ରଜ ତାଙ୍କ ପାଇଁ ଖାସ୍‌ ସତ, କାରଣ ସେଦିନ ତାଙ୍କୁ ବିଭିନ୍ନ ପ୍ରକାର ପିଠା ଏବଂ ପାନ ଖାଇବାକୁ ମିଳିଥାଏ। କିନ୍ତୁ ରଜରେ ସେ ବାହାରେ ବୁଲାବୁଲି କରିବା ଅପେକ୍ଷା ଏକାକି ସମୟ ବିତାଇବାକୁ ଭଲ ପାଆନ୍ତି। ସମୟ ମିଳିଲେ ଫିଲ୍ମ ଏବଂ ୱେବ୍‌ ସିରିଜ୍‌ ଦେଖିବାକୁ ଭଲପାଆନ୍ତି। ଏବେ ପ୍ରାୟତଃ ନୂଆ ପୋଷାକ କିଣି ପିନ୍ଧୁଥିବାରୁ ଡ୍ରେସ୍‌ ପିନ୍ଧିବା ପ୍ରତି ତାଙ୍କର ଏତେ ଉତ୍ସାହ ରହିନି। କିନ୍ତୁ ପୂର୍ବରୁ ପିଲାଦିନେ ତାଙ୍କ ପାଇଁ ବାପା ଯେଉଁ ଡ୍ରେସ୍‌ କିଣି ଆଣୁଥିଲେ ସେଦିନକୁ ଏବେ ସେ ମନେ ପକାନ୍ତି। ଏଥିସହ ରଜକୁ ନେଇ ସୂର୍ଯ୍ୟମୟୀ ସବୁବେଳେ ଗର୍ବ କରିବାକୁ କହିଛନ୍ତି । କାରଣ ଏହା ଆମ ପରମ୍ପରାର ଏକ ଅନନ୍ୟ ପ୍ରତୀକ।

ତମନ୍ନା-

Tamanna Vyas
Tamanna Vyas

ଓଲିଉଡ୍‌ର ମୋଷ୍ଟ ଷ୍ଟାଇଲିସ୍‌ ଗର୍ଲ ତମନ୍ନା (Tamanna)। ଏଥର ରଜରେ ତାଙ୍କର ଫିଲ୍ମ ଆସୁଛି ‘ଗୋଲ୍‌ମାଲ୍‌ ଲଭ୍‌’। ପ୍ରଥର ଥର ବାବୁସାନ୍‌ଙ୍କ ସହ ଫିଲ୍ମ କରୁଥିବାରୁ ସେ ବେସ୍‌ ଖୁସି ଅଛନ୍ତି। ଏବଂ ରଜକୁ ସମସ୍ତେ ମନଖୋଲି ପାଳନ କରିବାକୁ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

You might also like