• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଅନୁଗୁଳ(ବିରଜା ଦାଶ): ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟ ଜିତି ପାରିଥିବା ଓଲିଉଡ୍‌ ଅଭିନେତା ଅଶୋକ ଦାସ ଆଜି ଜଣେ ସଫଳ ଦୁଗ୍ଧ ଚାଷୀ। ବଳିଷ୍ଠ ଅଭିନୟ ଜରିଆରେ ସେ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଅଭିନୟ ଓ ଗୋପାଳନକୁ ନିଶାରୂପେ ଗ୍ରହଣ କରିଥିବା ଅଶୋକଙ୍କ ଗୋପାଳନ ଯେ ପରବର୍ତ୍ତୀ ମୁହୂର୍ତ୍ତରେ ପେଶା ହୋଇଯିବ ତାହା ସେ ବି ଜାଣି ନ ଥିଲେ।

୧୯୮୬-୮୭ରେ ମାତ୍ର କେତୋଟି ଗାଈକୁ ନେଇ ଅଶୋକ, ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ ଗୋପାଳନ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ତାଙ୍କ ଫାର୍ମରେ  ୫୦ରୁ ଅଧିକ ଗାଈ ରଖିଛନ୍ତି। ଦୈନିକ ପ୍ରାୟ ୩୦୦ ଲିଟର କ୍ଷୀର ଉତ୍ପାଦିତ ହୋଇଥାଏ। ଏହାଦ୍ୱାରା ସେ ଅନେକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି। ଏପରିକି ଗାଈଙ୍କ ଖାଦ୍ୟ ପାଇଁ ସେ ୧୬ ଏକର ଜମିରେ ଘାସ ଚାଷ କରିଛନ୍ତି। ଅଭିନୟ ସହ ଗୋପାଳନ କରି ବେଶ୍‌ ଖୁସି ଅନୁଭବ କରୁଥିବା ସେ କହିଛନ୍ତି।

ଅଶୋକଙ୍କ ଫାର୍ମରୁ ଉତ୍ପାଦିତ ଖାଣ୍ଟି କ୍ଷୀର ଅନୁଗୁଳରେ ବେଶ୍‌ ଚାହିଦା ରହିଛି। ସେଥିପାଇଁ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଅମଲାପଡ଼ା ଘର ଆଗରେ ଲୋକଙ୍କ ଭିଡ଼ ଜମିଥାଏ।

୧୯୯୨ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ଅଶୋକ। ଏହା ପରଠୁ ସେ ଆଉ କେବେବି ପଛକୁ ଫେରି ନାହାନ୍ତି। ପରଦାରେ ଶ୍ରେଷ୍ଠ ଅଭିନୟ ପାଇଁ ସେ ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି।

https://youtu.be/m3SBobSKLig

Ollywood-actor-ashok-das-now-a-dairy-farmer-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories