କେଳୁଣି ମୁହାଣରେ ଅଣ୍ଡା ଦେଲେଣି ରିଡ୍‌ଲି କଇଁଛ

୧୩୬ଟି ଅଣ୍ଡା ସଂଗ୍ରହ କରିଛି ବନ ବିଭାଗ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ କେଳୁଣି ମୁହାଣରେ ଅଲିଭ ରିଡ୍‌ଲି କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ କେଳୁଣି ମୁହାଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବେଳାଭୂମିରେ ଗୋଟିଏ ଅଲିଭ ରିଡ୍‌ଲି କଇଁଛର ୧୩୬ଟି ଅଣ୍ଡାକୁ ବନ ବିଭାଗ ସଂଗ୍ରହ କରି ଜାହାନିଆଠାରେ ନିର୍ମିତ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ସୁରକ୍ଷିତ ରଖିଛି।

ଏହି ଅଣ୍ଡା ଗୁଡ଼ିକ ସଂଗୃହୀତ ହୋଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ୧ ଫୁଟରୁ ଦେଢ଼ ଫୁଟ ଗାତ କରାଯାଇଛି। ୪୦ରୁ ୪୫ ଦିନ ପରେ ଏହି ଅଣ୍ଡାରୁ ଛୁଆ ବାହାରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରକାଶ।

You might also like