• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ପୁରୀ: ବିପଦରେ ବିରଳ ଅଲିଭ୍ ରିଡ୍‌ଲେ କଇଁଛ। କଇଁଛମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମିତିକି ନଭେମ୍ବର ୧ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୫କିଲୋମିଟର ଅଞ୍ଚଳରେ ଟ୍ରଲର ଚଳାଚଳ ଉପରେ କଟକଣା ମଧ୍ୟ ଜାରି କରିଛନ୍ତି। ହେଲେ ସରକାରଙ୍କ ଏହିସବୁ କଟକଣା କେତେ କାର୍ଯ୍ୟକାରୀ ହେଉଛି ପଢ଼ନ୍ତୁ ଏହି ରିପୋର୍ଟ।

ପୁରୀ ସମୁଦ୍ର ଉପକୂଳର ଗତ କିଛି ଦିନ ଧରି ଅଲିଭ ରିଡ୍‌ଲେ କଇଁଛଙ୍କ ମୃତଦେହ ଦେଖିବାକୁ ମିଳୁଥିବାବେଳେ, ଏହାକୁ ନେଇ ପର୍ଯ୍ୟଟକ ଏବଂ ମତ୍ସଜୀବୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହୋଇଛି। କିଛି ମତ୍ସଜୀବୀ ଆଇନ୍‌କୁ ବେଖାତିର୍‌ କରି ରାତିରେ ଟ୍ରଲର ମାଧ୍ୟମରେ ମାଛ ମାରୁଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳଠାରୁ ୫କିଲୋମିଟର ଅଞ୍ଚଳରେ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ସୁରକ୍ଷା ପାଇଁ ପୁରୀ ଉପକୂଳରେ କୋଷ୍ଟାଗାର୍ଡର ଜାହାଜ ପଇଁତରା ମାରୁଥିବା ପୁରୀ ବନ୍ୟଖଣ୍ଡ ପ୍ରାଣୀ ଅଧିକାରୀ କହିଛନ୍ତି।

ତେବେ ଯେଉଁମାନ ବେଆଇନ୍‌ ଫିସିଂ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରାଣୀ ଅଧିକାରୀ କହିଛନ୍ତି।

 

Olive-ridley-turtles-in-danger-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories