ମାଆ ପରି କିଏ ହେବ

ନିଜେ ଆଶ୍ରା ଖୋଜୁଥିବା ମାଆ ପରିଣତ ବୟସରେ ବି ଝିଅ ପାଇଁ ସାହାରା

କଟକ :  କଥାରେ ଅଛି, ମାଆ ଅଛି ଯାହାର ସବୁ ଅଛି ତାହାର । ଏହାର ଉଦାହରଣ ଦେଖିବାକୁ ମିଳିଛି କଟକ କ୍ୟାନସର ମେଡିକାଲରେ । ନିଜେ ଆଶ୍ରା ଖୋଜୁଥିବା ମାଆ ପରିଣତ ବୟସରେ ବି ଝିଅ ପାଇଁ ସାହାରା ପାଲଟିଛି। ମାନସିକ ରୋଗରେ ପୀଡ଼ିତ ଏକମାତ୍ର ଝିଅକୁ କଟକ କ୍ୟାନସର ହସ୍‌ପିଟାଲକୁ ଆଣି ଚିକିତ୍ସା କରାଉଛନ୍ତି ।

ଅଣ୍ଟା ନଇଁ ଗଲାଣି, ଖଣ୍ଡେ ବାଡ଼ି ହିଁ ଆଶ୍ରା । ଆଖିକୁ ଭଲ ଦିଶୁନି, ପାଟି ବି ଖନି ବାଜିଲାଣି । ହେଲେ ପରିଣତ ବୟସରେ ନିଜ ରୋଗିଣା ଝିଅର ଚିକିତ୍ସା କରାଉଛନ୍ତି ମାଆ । କଟକ କ୍ୟାନସର ହସପିଟାଲର ବାରଣ୍ଡା ପାଲଟିଛି ତାଙ୍କର ଠିକଣା । ଏହି ୯୦ ବର୍ଷିୟା ବୃଦ୍ଧା ଜଣକ ହେଉଛନ୍ତି କେନ୍ଦୁଝର ଅଞ୍ଚଳର ଉର୍ମିଳା ମହାନ୍ତ ।

ପରିବାର କହିଲେ ମାନସିକ ରୋଗରେ ପୀଡ଼ିତ ଏକମାତ୍ର ଝିଅ । ଝିଅର ବାମ ହାତ ପୋଡ଼ିଯାଇଥିବାବେଳେ ଏବେ ଅବସ୍ଥା ସାଂଘାତିକ । ଝିଅର ଚିକିତ୍ସା ପାଇଁ ପ୍ରଥମେ ଘସିପୁରା ମେଡ଼ିକାଲ ଓ ପରେ କଟକ କ୍ୟାନସର ହସପିଟାଲ ଆଣିଛନ୍ତି ଉର୍ମିଳା । କ୍ୟାନସର ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଆଡ଼ିମିସନ ହୋଇପାରୁ ନଥିବାରୁ ବାଧ୍ୟ ହୋଇ ହସପିଟାଲ ବାରଣ୍ଡାରେ ପଡ଼ି ରହିଛନ୍ତି ମାଆ-ଝିଅ।

ଉର୍ମିଳାଙ୍କ ଏଭଳି ଅସମୟରେ ଦେବଦୂତ ପାଲଟିଛନ୍ତି ଅଭିମନ୍ୟୁ । କ୍ୟାନସର ହସପିଟାଲରେ ଅସହାୟ ରୋଗୀଙ୍କ ପାଇଁ କାମ କରୁଥିବା ଅଭିମନ୍ୟୁ ସହଯୋଗର ହାତ ବଢାଇଛନ୍ତି । ପ୍ରତିଦିନ ସଂକ୍ରମଣ ହାତର ଡ୍ରେସିଂ କରିବା ସହ ଖାଇବା ଓ ଭଲ ମନ୍ଦ ବୁଝିଥାନ୍ତି ଅଭିମନ୍ୟୁ।

ଆହୁରି ପଢ଼ନ୍ତୁ

ନଦୀରୁ ବାହାରିଲା ପୁଳାପୁଳା ସୁନା!

ଜନ୍ମାଷ୍ଟମୀରେ କିପରି ଉପାସନା କରିବେ, ଜାଣନ୍ତୁ ପୂଜାବିଧି

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

ଆୟରଲ୍ୟାଣ୍ଡ୍‌ରୁ ଫୋନ୍‌ ଆସିଲା ଦିଲ୍ଲୀ, ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଛନ୍ତି ଜଣେ ବ୍ୟକ୍ତି, ତା’ପରେ…

୮୪ ବର୍ଷ ପରେ ଦେଖିବାକୁ ମିଳିଲା ଲାଲ୍‌ ରଙ୍ଗର ସାପ

ଶବକୁ ପୋତିବା ପୂର୍ବରୁ ଥକି ପଡ଼ି ତଳେ ଶୋଇପଡ଼ିଲେ କୋଭିଡ ଯୋଦ୍ଧା

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ଭାଇରାଲ୍ ହେଲା ଛେଳିଙ୍କ ଡିସ୍‌କୋ ଡାନ୍ସ ଭିଡିଓ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

You might also like