ବୃଦ୍ଧ ବାପାଙ୍କ ଗୋଡ଼ରେ ଶିକୁଳି ପକାଇଲେ ପରିବାର ଲୋକେ

ଗଞ୍ଜାମ: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅ ଓ ପରିବାର ଲୋକଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ଏଭଳି ଅନେକ ଘଟଣା ଦେଖିବାକୁ ମିଳୁଛି।

ଶିକୁଳିରେ ବନ୍ଧା ହୋଇଛି ହାତ ଗୋଡ଼। ଦୁଇ ଗୋଡ଼କୁ ଲୁହା କଡାରେ ବନ୍ଧା ଯାଇଥିବାବେଳେ, ଦୁଇ ହାତକୁ ବି ସେହିଭଳି ବନ୍ଧା ଯାଇଛି। ଆଉ ଏହାପରେ ବି ପେଟପାଟଣା ପାଇଁ କରୁଛନ୍ତି ଭିକ୍ଷାବୃତ୍ତି।  ଯିଏ ଯାହା ଦେଲା ତାକୁ ଗ୍ରହଣ କରି ରାସ୍ତା କଡ଼ରେ ଜୀବନ କାଟୁଛନ୍ତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଟପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମାନସିକ ବିକୃତ ଯୋଗୁଁ  କିଛି ବର୍ଷ ତଳେ ବୃଦ୍ଧ ଜଣଙ୍କ କିଛି ଅଘଟଣ ଘଟାଇଥିଲେ। ଏହାପରେ ପରିବାର ଲୋକେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କ ହାତ ଗୋଡ଼ରେ ବେଡି ପକାଇ ବାହାରେ ଛାଡି ଦେଇଥିଲେ। ଆଉ ସେବେଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ବୃଦ୍ଧ ଜଣଙ୍କ ଭିକ୍ଷାବୃତ୍ତି କରୁଛନ୍ତି।

ଏଭଳି ଅମାନବୀୟ ଖବର ପାଇବା ପରେ ଓଟିଭି ଟିମ୍ ପହଞ୍ଚିଥିଲା ଏବଂ ବୃଦ୍ଧଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରିଥିଲା। ତେବେ ବୃଦ୍ଧ ଜଣଙ୍କ କିଛି ଜାଣିପାରୁନଥିବା କହିବା ପରେ ଏନେଇ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।  ତେବେ ତୁରନ୍ତ ବୃଦ୍ଧଙ୍କୁ ଶିକୁଳିରୁ ମୁକ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ

ବାପାଙ୍କ ଶବକୁ କାନ୍ଧ ଦେଇ ମଶାଣି ନେଲେ ତିନି ଝିଅ , ଦେଲେ ମୁଖାଗ୍ନି

ସରକାରଙ୍କ ଠିକାଦାର ପ୍ରୀତିର ଗୁମର ଖୋଲିଲେ ଏଜି ; କାମ ନକରି ବି ମାଲେମାଲ୍ ଠିକାଦାର

ସାହାରା ଇଣ୍ଡିଆ କମ୍ପାନୀର ବ୍ରହ୍ମପୁର ଅଫିସରେ ତାଲା

ଖୋଲିବ ଛୋଟାର କଳା ସାମ୍ରାଜ୍ୟର ଗୁମର

ପାଟକୁରାରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର

କୁଳଭୂଷଣଙ୍କୁ ପାକିସ୍ତାନ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସ୍ଥଗିତ ରଖିଲେ ICJ

ବିଧାନସଭାରେ ଅନୁପସ୍ଥିତ, ପାଟକୁରାରେ ଉପସ୍ଥିତ

ଆଦର୍ଶ ପୋଖରୀ ଖୋଳାରେ ମହାଘୋଟାଲା ; ୧୦ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କିଓସ୍କ ବ୍ୟାଙ୍କିଙ୍ଗ୍ ନାଁରେ ବଡ଼ ଘୋଟାଲା : ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଫେରାର

ନିଶା ଓ ପଥର ମାଫିଆ ଘର ଉପରେ ଚଢ଼ିଲା ବୁଲ୍‌ଡୋଜର

ବାହୁଡ଼ାରେ ଘୁଗୁନି ବିକିଲେ ପଦ୍ମଶ୍ରୀ ହଳଧର ନାଗ

ଅଧୁରା ରହିବ କି ୩ ଜିଲ୍ଲାର ମଡେଲ୍ ଡିଗ୍ରୀ କଲେଜ ସ୍ୱପ୍ନ ?

You might also like