ତୁରନ୍ତ ଚିକିତ୍ସା ପାଇଁ ବୃଦ୍ଧଙ୍କୁ ଗୋବରଗଦାରେ ପୋତିଦେଲେ

କେନ୍ଦୁଝର : ବଜ୍ରାଘାତରେ ଗୁରୁତର ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ନ ଆସିବାରୁ ତାଙ୍କୁ ଏକ ଗୋବର ଗଦାରେ ପୋତି ଦେଇଥିଲେ। ଶେଷରେ ବୃଦ୍ଧଙ୍କ  ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୁଧନାଳି ଗାଁରେ ।

ଦୁଧନାଳି ଗାଁର ପାଣ୍ଡୁ ଗତକାଲି ଅପରାହ୍ନରେ ଘର ବାରଣ୍ଡାରେ ବସିଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଫୋନ୍‌ ନଲାଗିବାରୁ ଆମ୍ୱୁଲାନ୍ସ ଆସିପାରି ନ ଥିଲା।

 ରହିଆସିଥିବା ଅନ୍ଧବିଶ୍ୱାସ ଅନୁଯାୟୀ, ପରିବାର ଲୋକେ ତୁରନ୍ତ ଚିକିତ୍ସା କରିବା ପାଇଁ ବୃଦ୍ଧଙ୍କୁ ଘର ନିକଟରେ ଏକ ଗୋବର ଗଦାରେ ପୋତି ଦେଇଥିଲେ। ପରେ ଦମକଳ ଗାଡ଼ିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like