ଟ୍ୟାକ୍ସି ସେବା ଯୋଗାଇବେ ଓଲା, ଉବେର

ଭୁବନେଶ୍ୱର: ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା, ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। କଟକ, ଭୁବନେଶ୍ୱର ଓ ରାଉରକେଲାର କିଛି ଅନୁମତିପ୍ରାପ୍ତ ହସ୍ପିଟାଲକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ।

ଗାଡ଼ିର ଡ୍ରାଇଭର ଯାତ୍ରୀଙ୍କ ଫଟୋ ଓ ପରିଚୟପତ୍ର ମଧ୍ୟ ଅପଲୋଡ୍ କରିବେ। ଏହି ନିୟମର ଉଲ୍ଲଂଘନ ହେଉଛି କି ନାହିଁ, ତାହା ଭୁବନେଶ୍ୱର ଆରଟିଓ ଓ୍ୱାନ ଠାରେ ଥିବା କଣ୍ଟ୍ରୋଲ ରୁମ୍ ତଦାରଖ କରିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍ ଯୋଗେ ସୂଚନା ଦେଇଛି।

You might also like