ଡିନାମାଇଟ୍‌ ଦେଇ ନଦୀବନ୍ଧ ଉଡାଇବା ଅଭିଯୋଗ; ବିଧାୟକଙ୍କ ସମେତ ୬ ଜଣଙ୍କୁ ନୋଟିସ୍‌ କଲେ ଲୋକାୟୁକ୍ତ

ଯାଜପୁର: ଯାଜପୁର କେଲୁଅ ନଦୀ ବନ୍ଧରାସ୍ତାକୁ ଉଡ଼ାଇ ଘାଇ ସୃଷ୍ଟି କରିବା ଘଟଣାକୁ ନେଇ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସମେତ ୬ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକାୟୁକ୍ତ । ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବାକୁ କୁହାଯାଇଛି ।

ଗତ ଅଗଷ୍ଟ ମାସରେ ଯାଜପୁର ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ୱରଠାରୁ ବୁଢ଼ାଲିଙ୍ଗ ମଝିପଡ଼ାକୁ ସଲଗ୍ନ ଜଳସେଚନ ରାସ୍ତାକୁ ଡିନାମାଇଟ୍ ଜରିଆରେ ରାମପୁରଠାରେ ଉଡ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା। ଫଳରେ ବନ୍ୟାଜଳ ଚାଷ ଜମିରେ ମାଡିଯିବା ସହ ଲୋକଙ୍କର ବ୍ୟାପକ କ୍ଷତି ହୋଇଥିଲା । ବନ୍ୟା ଯୋଗୁ ନୁହେଁ ବରଂ ଷଡ଼ଯନ୍ତ୍ର ଯୋଗୁଁ ଏପରି ହୋଇଥିବା ଅଭିଯୋଗ ହୋଇଥିଲା।

ଚଳିତ ଥର ଆସିଥିବା ବନ୍ୟାରେ କେଲୁଅ ନଦୀରେ ୩୦୦ ଫୁଟର ଘାଇ ମନୁଷ୍ୟକୃତ ବୋଲି ଖୋଦ୍ ଯାଜପୁରର ତତ୍କାଳୀନ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ସ୍ୱୀକାର କରିବା ସହ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଏନେଇ ଥାନାରେ ଏତଲା ଦେଇଥିଲେ। ମନୁଷ୍ୟକୃତ ଘାଇ ଯୋଗୁଁ ରାତି ଅଧରେ ଆକସ୍ମିକ ବନ୍ୟାରେ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇଥିଲେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ । ଧର୍ମଶାଳା ବ୍ଲକର ୭ଟି ପଞ୍ଚାୟତ ୪ ଦିନ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିଲା।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ ତାରିଖରେ ହେବ ।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like