ଜୁନ୍‌ ୧୭ରୁ ୨୪ ମଧ୍ୟରେ ହେବ OJEE

ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍‌ ୧୭ରୁ ୨୪ ମଧ୍ୟରେ Odisha Joint Entrance Examination (OJEE) ହେବ। ଏହି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ୍‌ ହେବ ବୋଲି OJEE କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଇଚ୍ଛୁକ ପ୍ରାର୍ଥୀ କେବଳ OJEE ୱେବ୍‌ସାଇଟ୍‌(www.ojee.nic.in)କୁ ଯାଇ ଫର୍ମ ଫିଲ୍‌ଅପ୍ କରିପାରିବେ। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆପ୍ଲିକେସନ୍‌ ‌ଫର୍ମ ଫିଲ୍‌ଅପ୍ କରିବା ପୂର୍ବରୁ ‘Information Broucher’କୁ ଭଲ ଭାବରେ ପଢ଼ିବା ପାଇଁ କୁହାଯାଇଛି। ଓଜେଇଇ ୱେବ୍‌ସାଇଟ୍‌ରେ ‘Information Broucher’ ଉପଲ୍ଲବ୍ଧ।

ଜରୁରୀ ସୂଚନା….

ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ, ରାଜ୍ୟ ବାହାରର ପ୍ରାର୍ଥୀ ସରକାରୀ କଲେଜରେ ଆଡମିଶନ୍‌ କରିପାରିବେ ନାହିଁ। ହେଲେ ପ୍ରାଇଭେଟ୍‌ କଲେଜରେ ଆଡମିଶନ୍‌ କରିପାରିବେ। 

ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ପ୍ରାଇଭେଟ୍‌ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବି.ଫାର୍ମ/ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌,ଏମ୍‌.ଟେକ୍‌(ପାର୍ଟ ଟାଇମ୍‌), M.Arch, M.Plan,ଏମ୍‌.ଫାର୍ମ, Int. MBA, ବି.ଟେକ୍‌, ବି ପାର୍ମର ବିଭିନ୍ନ କୋର୍ସ ପାଇଁ lateral ଏଣ୍ଟ୍ରିରେ ଆଡମିଶନ୍‌ ପାଇଁ OJEE ଅନୁଷ୍ଠିତ ହେବ।

ଗତବର୍ଷ ଅକ୍ଟୋବର ୧୨ରୁ OJEE ଆରମ୍ଭ ହୋଇ ଅକ୍ଟୋବର ୧୯ରେ ଶେଷ ହୋଇଥିଲା। JEE(Main) ଢାଞ୍ଚାରେ କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ନଭେମ୍ବର ୬ରେ ରେଜଲ୍ଟ ପ୍ରକାଶ ପାଇଥିଲା।

ଗତବର୍ଷ କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ଭଲ ଭାବେ ସାନିଟାଇଜ କରାଯାଇଥିଲା। ଗତବର୍ଷ OJEE ପାଇଁ ଓଡ଼ିଶାର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟନାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଏଥର ୮୦ ହଜାର ଛାତ୍ରଛାତ୍ରୀ OJEE ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ ବୋଲି OJEE ଅଧ୍ୟକ୍ଷ ସୂଚନା ଦେଇଥିଲେ।

You might also like