ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ OJEE

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ଯାଏ ଅନୁଷ୍ଠିତ ହେବ OJEE। ଏ ନେଇ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ITI କଲେଜର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖିଲେ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ। OJEE ଓ TCSର ଅଧିକାରୀ ଏ ସବୁ କଲେଜ ପରିଦର୍ଶନ କରି OJEE ପରୀକ୍ଷା କେନ୍ଦ୍ର ଚୟନ କରିବେ। ପରିଦର୍ଶନ ସମୟରେ ସହଯୋଗ କରିବାକୁ ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ପ୍ରଥମ କରି OJEE, କମ୍ପୁଟର ମାଧ୍ୟମରେ ଅନୁଷ୍ଠିତ ହେବ।

ଚଳିତ ବର୍ଷ ଦ୍ୱିତୀୟ OJEE ହେବନି ବୋଲି ଆଗରୁ ସୂଚନା ଦିଆୟାଇଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି OJEE ପକ୍ଷରୁ ଏବର୍ଷ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ B.TECH ପାଇଁ ହେବ ସ୍ୱତନ୍ତ୍ର ଏଣ୍ଟ୍ରାନ୍ସ।

କରୋନା ମହାମାରୀ ବ୍ୟାପିଥିବାରୁ ଛାତ୍ରଛାତ୍ରୀ ଯେପରି ଏକତ୍ରୀତ ହେବେନି ସେ ନେଇ ଧ୍ୟାନ ଦିଆଯାଇଛି। ଯେଉଁମାନେ ଜେଇଇ ମେନ୍ ଦେଇନଥିବେ ସେମାନେ ଏହି ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଦେବେ। ସରକାରୀ ଓ ବେସରକାରୀ କଲେଜରେ ଖାଲି ଥିବା ସିଟ୍‌ରେ ଛାତ୍ରଛାତ୍ରୀ ଆଡମିଶନ୍ ପାଇପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଥିଲେ।

You might also like