କାଲିଠୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଜେଇଇ ପରୀକ୍ଷା ଆରମ୍ଭ ହେଉଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ।

କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଓଜେଇଇ ପାଇଁ ଓଡ଼ିଶାର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

ଏହାଛଡ଼ା ରାଜ୍ୟ ବାହାରେ ମଧ୍ୟ ୫ଟି ସେଣ୍ଟର କରାଯାଇଛି। ଏଥର ୮୦ ହଜାର ପିଲା ଓଜେଇଇ ପରୀକ୍ଷା ପାଇଁ ନାଁ ପଞ୍ଜୀକରଣ କରିଛନ୍ତି।

You might also like