ତେଲ ଟ୍ୟାଙ୍କରରେ ଚାଲାଣ ହେଉଥିଲା ଏମିତି ଜିନିଷ, ଧରାପଡ଼ିଗଲା…

ରାୟଗଡ଼ା: ତେଲ ବୋଝେଇ ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ। ତା’ପୁଣି ପ୍ୟାକେଟ୍ ପ୍ୟାକେଟ୍। ରାୟଗଡ଼ା ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏସବୁ ଧରାପଡ଼ି ଯାଇଥିଲା।

ସୂଚନା ଅନୁସାରେ, ଗତ ଶନିବାର ଚେକିଂ ଚାଲିଥିବା ବେଳେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସଠିକ କାଗଜପତ୍ର ନଥିବା ଯୋଗୁ ରାୟଗଡ଼ା ଆର୍‌ଟିଓ ଗାଡ଼ିଟିକୁ ଅଟକାଇଥିଲେ। ଯାଞ୍ଚ ବେଳେ ଟ୍ୟାଙ୍କର୍ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଜବତ ହୋଇଥିବା ଗଞ୍ଜେଇର ବଜାର ମୂଲ୍ୟ କେତେ ଟଙ୍କା, ତାହା ଜଣାପଡ଼ିନାହିଁ।

 Ganja

ଆର୍‌ଟିଓ ଉକ୍ତ ଟ୍ୟାଙ୍କରକୁ ରାୟଗଡ଼ା ପୋଲିସ୍‌ ଜିମା ଦେଇଇଛନ୍ତି। ଏହି ମାମଲାରେ ପୋଲିସ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like