ଚିଲିକା ଉପକୂଳରେ ଲାଗିଥିବା ଜାହାଜ ମାଲିକଙ୍କ ପତ୍ତା ମିଳିଲା

ଭୁବନେଶ୍ୱର : ବଙ୍ଗୋପସାଗରର ଚିଲିକା ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ୱା’ର ମାଲିକଙ୍କ ପତ୍ତା ମିଳିଲା। ମାଲେସିଆ ନାଗରିକ ଏହି ମାଲିକ ଜଣଙ୍କ ଦୁଇଦିନ ତଳେ ପୁରୀ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜରୁ ତେଲ ବାହାର କରିବା ପାଇଁ ଅନୁମତି ଦିଆଯାଇଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ତେଲ କାଢ଼ିବା ସମୟରେ ଏହା ଯେଭଳି ଚିଲିକା କିମ୍ବା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ ନକରେ ସେଥିପ୍ରତି ଦୃଷ୍ଟି ଦେବାକୁ ଜାହାଜ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ପଣ୍ୟବାହୀ ଜାହାଜ ଜିନ ୱା ବାଂଲାଦେଶରୁ ଫେରିବା ବେଳେ ସମୁଦ୍ରର ପ୍ରତିକୂଳ ପରିସ୍ଥିତିରେ ଭୁଲ ବଶତଃ ଓଡ଼ିଶା ଉପକୂଳକୁ ଚାଲିଆସିଥିଲା। ଜାହାଜରୁ ତେଲ ଲିକ ହେବାର ସମ୍ଭାବନା ନେଇ ତଟରକ୍ଷୀ ବାହିନୀ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଥିଲା। ଏବେ ଜାହାଜ କର୍ତ୍ତୃପକ୍ଷ ପହଞ୍ଚିଥିବାରୁ କିଭଳି ଭାବେ ଓ କେତେ ଶୀଘ୍ର ଏଥିରୁ ତେଲ କଢ଼ାଯାଇ ଉଭୟ ଜାହାଜ ଓ ପରିବେଶକୁ ସୁରକ୍ଷିତ କରାଯାଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି।

ଆହୁରି ପଢ଼ନ୍ତୁ

ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

You might also like