ମାଲେସୀୟା ଜାହାଜରୁ ଆରମ୍ଭ ହେଲା ତେଲ କଢା ପ୍ରକ୍ରିୟା

ଚିଲିକା : ଚିଲିକା ନିକଟ ରାଜହଂସରେ ଗତ ୭ ତାରିଖରୁ ଲାଗିଥିବା ମାଲେସୀୟ ଜାହାଜ ଜିନ୍ ହ୍ୱାରୁ ଆରମ୍ଭ ହୋଇଛି ତେଲ କଢା ପ୍ରକ୍ରିୟା। ପ୍ରତିଦଫାରେ ୨୫୦ ଲିଟର ତେଲ କାଢି ସିଡିଏ ଜେଟି ନିକଟରେ ରଖାଯାଇଛି। ଜାହାଜଟିରେ ୩୩ ହଜାର ଲିଟର ତେଲ ରହିଛି।  ତେଲ କଢାଯିବା ପରେ ଜାହାଜକୁ ସ୍ଥାନାନ୍ତର କରାଯିବ।କମ୍ପାନୀର ଲୋକେ ଜାହାଜରୁ ତେଲ ବାହାର କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ସେପଟେ ଜୁଆର ଓ ଢେଉ ମାଡ଼ ଯୋଗୁ ଅଣେଇ ହୋଇ ରହିଥିବା ଜାହାଜର କଣ୍ଟେନରଟି ଓଲଟିବାରେ ଲାଗିଛି । ଜାହାଜ ପୂର୍ବରୁ ୧୮ଡିଗ୍ରୀ ତଳକୁ ବଙ୍କେଇ ଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଜାହାଜର ଇଞ୍ଜିନ ସୁରକ୍ଷିତ ଅଛି। ଇଞ୍ଜିନ ସୁରକ୍ଷିତ ଥିବାରୁ ତୈଳ ନିର୍ଗତ ହେଉ ନାହିଁ । ଜାହାଜର ମରାମତି କାମ ମୁମ୍ବାଇର ଏକ ସଂସ୍ଥାକୁ ଦେଇଛନ୍ତି ଜାହାଜର ମାଲିକ।

ସଂପୃକ୍ତ ଜାହାଜ ମାଲିକଙ୍କ ପତ୍ତା ମିଳିବା ପରେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା । ଏହି ପଣ୍ୟବାହୀ ଜାହାଜଟି ବାଂଲାଦେଶରୁ ଫେରିବାବେଳେ ପ୍ରତିକୂଳ ପାଗ ଯୋଗୁ ଭୁଲ ବଶତଃ ଚିଲିକା ଉପକୂଳକୁ ଚାଲି ଆସିଥିଲା ଦୀର୍ଘ ଦିନ ଧରି ପଡି ରହିଥିବାରୁ ଜାହାଜରୁ ତେଲ ଲିକ୍ ହେବାର ଆଶଙ୍କା ଦେଖାଦେଇଛି।

You might also like