ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଅଡୁଆରେ ପଡ଼ିଲେ ମହିଳା ଆଇଆଇସି

କେନ୍ଦୁଝର: ବଢ଼ିଲା କେନ୍ଦୁଝର ପାଟଣା ଥାନା ଆଇଆଇସି ସାରାଣୀ ଜେନାଙ୍କ ପାଇଁ ଅଡ଼ୁଆ। ଥାନାରେ ଯୁବକଙ୍କୁ ମାଡ଼ ଘଟଣାରେ ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ୍। ଏନେଇ ୪ ସପ୍ତାହରେ ରିପୋର୍ଟ ଦେବାକୁ ସନ୍ଧ୍ୟାରାଣୀଙ୍କୁ OHRC ନୋଟିସ୍ କରିଛନ୍ତି। ଏସମ୍ପର୍କରେ କେନ୍ଦୁଝର ଏସପିଙ୍କୁ ବି ଜବାବ ମାଗିଛନ୍ତି ମାନବାଧିକାର କମିଶନ୍।

ତୁରନ୍ତ IIC ସନ୍ଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର କାଟି ପୀଡ଼ିତଙ୍କୁ ୧୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ଗୃହ ସଚିବ ଓ ଡିଜିପିଙ୍କୁ ବି ନୋଟିସ୍ କରିଛନ୍ତି OHRC।

ଗତ ଦୁଇ ଦିନ ତଳେ ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିଲେ। ପାଟଣା ଥାନା ଆଇଆଇସି। ଘଟଣା ସମୟର ଭିଜୁଆଲ ଭାଇରାଲ୍ ହେବା ପରେ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କେନ୍ଦୁଝର ଏସପି।

 

You might also like