ଆସନ୍ତାକାଲିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ମିଳିବ ମଦ। ବିଦେଶୀ ମଦ ଓ ବିୟର ଦୋକାନ କାଉଣ୍ଟରରେ ମିଳିବ। ଏଥିପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ। କାଉଣ୍ଟରରେ ଭିଡ଼ ଏଡ଼ାଇବାକୁ ଇ-ଟୋକନ ବ୍ୟବସ୍ଥା କରାଯିବ। ଗ୍ରାହକଙ୍କୁ ପୋର୍ଟାଲରେ ସ୍ଲଟ ବୁକିଂ କରି ଟୋକନ ହାସଲ କରିବାକୁ ପଡ଼ିବ। ଇ-ଟୋକନ କିଭଳି ମିଳିବ, ସେନେଇ ଦୋକାନୀ ଡିସ୍‌ପ୍ଲେ କରିବେ। ଟୋକନ ପାଇବା ପରେ ଯାଇ ଜଣେ ମଦ ଦୋକାନକୁ ଯାଇପାରିବେ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମାଜାରି ହୋଇଛି ।

ଧାର୍ଯ୍ୟ ମୂଲ୍ୟ ଅନୁସାରେ ମଦ ବିକ୍ରି କରାଯିବ। OSBC.CO.INରେ ଲୋକେ ଟୋକନ୍ ବୁକ୍ କରିପାରିବେ। ଏହାପରେ ନିଜ ସ୍ଲଟ୍ ବୁକ୍ କରିବା ପରେ ଏହାକୁ ମୋବାଇଲ୍ ଡାଉନ୍‌ଲୋଡ୍ କରି ଦୋକାନରେ ଦେଖାଇ ପାରିବେ। ବୋଲି ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ଅବକାରୀ ବିଭାଗ।

ତେବେ ସାନ୍ଧ୍ୟକାଳୀନ ଭିଡ଼କୁ ଏଡ଼ାଇବା ପାଇଁ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି ନେଇ ନିଷ୍ପତ୍ତି ହୋଇଛି। ଭିଡ଼କୁ ରୋକିବା ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରିବା ସହିତ ଦୋକାନରେ ଅଧିକ କର୍ମଚାରୀଙ୍କୁ ମଧ୍ୟ ନିୟୋଜନ କରାଯିବ।

ମଦ କିଣିଲାବେଳେ ଯେପରି ସାମାଜିକ ଦୂରତ୍ୱ ବଜାୟ ରହିବ ଓ ଗ୍ରାହକ ମାସ୍କ ପିନ୍ଧିବେ ସେ ନେଇ ନିଘା ରଖିବେ ଦୋକାନୀ। ନିୟମ ନ ମାନିଲେ ଜିଲ୍ଲାପାଳ ଦୋକାନ ବନ୍ଦ କରିପାରିବେ ବୋଲି ନିୟମ ଜାରି ହୋଇଛି। ତେବେ ପୂର୍ବପରି ମଦ ହୋମ୍ ଡେଲିଭରି ମଧ୍ୟ ଚାଲୁ ରହିବ।

ଆହୁରି ପଢ଼ନ୍ତୁ

ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ବଦଳିବେ କି ପିସିସି ସଭାପତି? ରେସ୍‌ରେ ୧୩ ଜଣଙ୍କ ନାଁ !

‘ଆମ୍ୱୁଲାନ୍ସ ନେଲାନି, ଛଟପଟ ହୋଇ ଜୀବନ ହାରିଲେ ବାପା’

ଦିଲ୍‌ ନେଇଗଲା ନେପାଳୀ ଝିଅ: ମୁମ୍ବାଇରେ ପ୍ରେମ ବାଲେଶ୍ୱରରେ ବାହାଘର, ନିଆରା ପ୍ରେମକାହାଣୀ

କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ…

ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ BSF ଯବାନ ଫେରାର

ବିଚାରାଧୀନ କଏଦୀଙ୍କୁ କରୋନା

ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ବିଗ୍‌ବିଙ୍କ ଆରୋଗ୍ୟ କାମନା କଲେ ହର୍ଷ ବର୍ଦ୍ଧନ, ବୈଜୟନ୍ତ ଓ ମମତା

ଫାଇନାଲ୍ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି

ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

You might also like