ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ

ସୁନ୍ଦରୀର ଗତିବିଧି ନଜର ରଖିବାକୁ ୨ଟି ଟିମ୍ ଗଠିତ

ଭୁବନେଶ୍ୱର : ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଅା WII, ୱାଇଲଡ୍ ଲାଇଫ୍ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ଓ NTCAର ଅଧିକାରୀମାନେ ସାତକୋଶିଅା ଅାସୁଛନ୍ତି।

ଗୋଟିଏ ଘଟଣା ପାଇଁ ପ୍ରକଳ୍ପ ବନ୍ଦ ହେବ ନାହିଁ । ବାଘ ସଂରକ୍ଷଣ ଓ ସ୍ଥାନାନ୍ତରଣ ପ୍ରକଳ୍ପ ଜାରି ରହିବ। ସୁନ୍ଦରୀର ଗତିବିଧି, ଅାଚରଣ ଅନୁଧ୍ୟାନ କରି ପଦକ୍ଷେପ ନିଅାଯିବ। ସୁନ୍ଦରୀ ମନିଟରିଂ ୨ଟି ଟିମ୍‌ ଗଠନ କରାଯାଇଛି। ବର୍ତ୍ତମାନ ସୁନ୍ଦରୀ ଅାଠଗଡ଼ ବନଖଣ୍ଡର ଘଞ୍ଚ ଜଙ୍ଗଲରେ ବିଚରଣ କରୁଛି। ୧୦ ଜଣ ଫିଲ୍ଡ ଷ୍ଟାଫ୍ ଓ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି।

ସେପଟେ ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ ଘଟଣାରେ ଚିଫ୍ ୱାଇଲଡ୍ ଲାଇଫ୍ ୱାର୍ଡେନଙ୍କୁ ଜବାବ ତଲବ କରିଛି NTCA । ଗଣମାଧ୍ୟମ ସୂଚନା ଅାଧାରରେ ରିପୋର୍ଟ ତଲବ କରାଯାଇଥିବା ସୂଚନା ମିଳିଛି। ସାତକୋଶିଅାରେ ଘଟିଥିବା ପ୍ରକୃତ ଘଟଣା ଓ ବାସ୍ତବ ସ୍ଥିତି ଜଣାଇବାକୁ ରିପୋର୍ଟରେ କୁହାଯାଇଛି ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍‌ ସୁଦର୍ଶନ ପଣ୍ଡା।

You might also like