ଆସିଲା ନୂଆ ଗାଇଡ୍‌ ଲାଇନ୍; ଅଫିସ୍‌ ଆସିବେ ଗ୍ରୁପ୍‌ ଏ ଅଧିକାରୀ, ଚାଲୁ ରହିବ ଏସବୁ କାମ

ଭୁବନେଶ୍ୱର: କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ୍‌ ଏ ଅଧିକାରୀ। ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇଙ୍କ ସହିତ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ।

୯ଟି ଜିଲ୍ଲାରେ ଗ୍ରୁପ୍ ବି, ସି’ ଓ ଡି’ ର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ। ଏହି ୯ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର। ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି ଆସନ୍ତାକାଲିଠୁ ସମସ୍ତ ଷ୍ଟାମ୍ପ ଭେଣ୍ଡରକୁ କାର୍ଯ୍ୟକ୍ଷମ କରାଯିବ।Image

ନିର୍ମାଣ କାର୍ଯ୍ୟ ପାଇଁ ବାଲିଘାଟ, କ୍ରସର ୟୁନିଟ୍ ଓ କ୍ୱାରି ଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ତେବେ ଏସବୁ ସ୍ଥାନରେ ସାମାଜିକ ଦୂରତା କଟକଣା ମାନିବାକୁ ଗାଇଡ୍‌ଲାଇଇନ୍‌ରେ ଉଲ୍ଲେଖ ରହିଛି।

You might also like