କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦% କର୍ମଚାରୀ ଅଫିସ୍‌ ଆସି କାମ କରିବେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ। କରୋନା ମୁକାବିଲା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ଼ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଟେଗୋରୀରେ ଆଂଶିକ ପରିବର୍ତ୍ତନ କରାଯାଇଛି।

କ୍ରିଟିକାଲ ବର୍ଗ ହେଉଛି- FS&CW, GA&PG, H&UD, ସ୍ୱାସ୍ଥ୍ୟ, ଗୃହ, SRC & OSDMA। ଆଂଶିକ କ୍ରିଟିକାଲ ବର୍ଗର କେବଳ ୧୦% କର୍ମଚାରୀ ଅଫିସ୍ କାମ କରିବେ।

ଆଂଶିକ କ୍ରିଟିକାଲ- ଶକ୍ତି, ଅର୍ଥ, ରାଜସ୍ୱ, I&PR ପରି ୧୨ଟି ବିଭାଗ ସାମିଲ। ନନ୍-କ୍ରିଟିକାଲ ବର୍ଗର କେହି କର୍ମଚାରୀ ଅଫିସ୍ ଆସିବେ ନାହିଁ। ନନ୍ କ୍ରିଟିକାଲ ହେଉଛି- କୃଷି, ଅବକାରୀ, ଆଇନ, ଶିଳ୍ପ, MSME ପରି ୨୩ ବିଭାଗ। ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ପରିବର୍ତ୍ତିତ ନିର୍ଦ୍ଦେଶ ଜାରି ହୋଇଛି।

 

You might also like