ରାଜ୍ୟରେ ୬୫ ପୌର ସଂସ୍ଥା ପାଇଁ ନିଯୁକ୍ତ ହେଲେ ପ୍ରଶାସକ

ଭୁବନେଶ୍ୱର : ରାଜ୍ୟରେ ୬୫ ପୌରପାଳିକା ଓ ଗୋଟିଏ ମହାନଗର ନିଗମ ପରିଚାଳନା ପାଇଁ ନିଯୁକ୍ତ ହେଲେ ପ୍ରଶାସକ । କାର୍ଯ୍ୟକାଳ ଶେଷ ହୋଇଥିବା ଏହିସବୁ ପୌରସଂସ୍ଥାରେ ଅାସନ୍ତାକାଲି ଠାରୁ ନବ ନିଯୁକ୍ତ ପ୍ରଶାସକମାନେ ପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ଅାଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ମୁନିସପାଲ ଆକ୍ଟ ୧୯୫୦ ଅନୁସାରେ ସରକାର ଧାରା ୪୦୧ ଉପଧାରା ୫ ଅନୁଯାୟୀ ରାଜ୍ୟ ସରକାର ନିର୍ବାଚନ ହୋଇନଥିବା ରାଜ୍ୟର ୬୬ଟି ମୁନିସିପାଲିଟି ଓ ଏନଏସିର ପରିଚାଳନା ପାଇଁ ପ୍ରଶାସକଙ୍କୁ ନିଯୁକ୍ତ କରିଛନ୍ତି।

ବ୍ରହ୍ମପୁର ମହାନଗର ନିଗମ ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି। ସେହିଭଳି ଅନ୍ୟ ୬୫ଟି  ପୌରସଂସ୍ଥା ଲାଗି ସଂପୃକ୍ତ ଜିଲ୍ଲା ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ପୌର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି।

ଏପଟେ ବିରୋଧୀ କହିଛନ୍ତି ସଂରକ୍ଷଣ ଓ ଓ୍ୱାର୍ଡ ପୁନଃନିର୍ଦ୍ଧାରଣ ଅାଳ ଦେଖାଇ ଜାଣିଶୁଣି ନିର୍ବାଚନକୁ ବିଳମ୍ବ କରିଛନ୍ତି ସରକାର। ବଢୁଥିବା ସରକାର ବିରୋଧୀ ଜନମତକୁ ଦେଖି ସରକାର ନିର୍ବାଚନକୁ ଜାଣିଶୁଣି ଟାଳିଥିବା ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି।

You might also like