ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପ୍‌ରେ ଫସି ଗିରଫ ହେଲେ ଓଡ଼ିଆ ଯବାନ

ଆଇଏସଆଇକୁ ଗୁରୁତ୍ୱପୂର୍ଣ୍ଣ ସାମରିକ ତଥ୍ୟ ଲିକ୍ କରିଥିବା ଆଶଙ୍କା

ଆସିକା /ବ୍ରହ୍ମପୁର  : ଶତ୍ରୁପକ୍ଷର ହନିଟ୍ରାପ୍‌ରେ ଭାରତୀୟ ସେନାର ଓଡ଼ିଆ ଯବାନ। ପୁଣି ପାକ୍ ସୁନ୍ଦରୀଙ୍କ ପ୍ରେମଫାଶରେ ସେନା କର୍ମଚାରୀ । ଭାରତୀୟ ସେନାରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ବିଚିତ୍ର ବେହେରା ଛନ୍ଦି ହୋଇଛନ୍ତି ହନିଟ୍ରାପ୍‌ରେ। ମାସେ କି ଦୁଇ ମାସ ନୁହଁ, ପ୍ରାୟ ୨ ବର୍ଷ ଧରି ପ୍ରେମଫାଶରେ ପଡ଼ି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସନ୍ଦିଗ୍ଧ ମହିଳା ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଯାହାଙ୍କୁ ଗତକାଲି ରାଜସ୍ଥାନ ପୁଲିସର ସିଆଇଡି କ୍ରାଇମବ୍ରାଞ୍ଚ ଜୟପୁର ରେଳଷ୍ଟେସନ୍‌ରୁ ଗିରଫ କରିଛି। ଯିଏ ସୋଶାଲ୍ ମିଡ଼ିଆ ଜରିଆରେ ପୋଖରାନ ଅଞ୍ଚଳର ସେନା ଶିବିର ଏବଂ ସୀମା ସଂକ୍ରାନ୍ତୀୟ କିଛି ତଥ୍ୟ ଦେବା ସହ ଏ ବାବଦକୁ କିଛି ଟଙ୍କା ପାଇଥିବା କୁହାଯାଉଛି।

ବିଚିତ୍ରଙ୍କୁ ଗୋଇନ୍ଦା ତଥ୍ୟ ଆଧାରରେ ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେଇଛି ରାଜସ୍ଥାନ ପୁଲିସ। ଜେରାବେଳେ ସନ୍ଦିଗ୍ଧ ମହିଳାଙ୍କ ସହ ସମ୍ପର୍କ ଥିବା କଥାକୁ ବିଚିତ୍ର ସ୍ୱୀକାର କରିଥିବା ଜଣାପଡ଼ିଛି।

ଗତ ୪ ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇଥିବା ଗଂଜାମ ହିଞ୍ଜିଳି ଆଙ୍କୋରଡ଼ାର ବିଚିତ୍ରଙ୍କୁ ପୋଖରାନରେ ନିୟୋଜିତ କରାଯାଇଥିଲା।

ରାଜସ୍ଥାନ ଡିଜିପିଙ୍କ ସୂଚନା ଅନୁଯାୟୀ, ଗତ ୨ ବର୍ଷ ତଳେ ପ୍ରଥମେ ଫେସ୍‌ବୁକ୍‌ରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଜଣେ ମହିଳା ଏଜେଣ୍ଟଙ୍କ ସହ ସଂସ୍ପର୍ଶରେ ଆସିଥିଲେ। ତାପରେ ଉଭୟଙ୍କ ମଧ୍ୟରେ ବଢ଼ିଥିଲା ଅନ୍ତରଙ୍ଗତା। ଆଉ ଅନ୍ତରଙ୍ଗତାରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ସେହି ପ୍ରେମର ପାଲରେ ପକାଇ ବିଚିତ୍ରଙ୍କ ଠାରୁ ସନ୍ଦିଗ୍ଧ ମହିଳା ଏଜେଣ୍ଟ ହ୍ୱାଟସ୍ଆପ୍ ଜରିଆରେ ସେନାର କିଛି ଗୋପନୀୟ ତଥ୍ୟ ହାତେଇଥିବା ଆଶଙ୍କା କରାଯାଉଛି। ତେବେ ଏକମାତ୍ର ରୋଜଗାରିଆ ପୁଅ ବିରୋଧରେ ଏଭଳି ଆରୋପକୁ ନେଇ ଭାଙ୍ଗିପଡ଼ିଥିବା ପରିବାର ଲୋକେ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

ଭାରତୀୟ ସେନାକୁ ଆଇଏସ୍ଆଇର ହନିଟ୍ରାପ୍ ଚିନ୍ତା ନୂଆ ନୁହେଁ । ଗତ ଜାନୁୟାରୀ ୧୩ରେ ହନିଟ୍ରାପ୍‌ର ଶିକାର ହୋଇ ଗୁପ୍ତ ବିବରଣୀ ପଠାଇଥିବା ଅଭିଯୋଗରେ ରାଜସ୍ଥାନ ଜୈସଲମେର୍ ଜିଲ୍ଲାରେ ଜଣେ ଯବାନଙ୍କୁ ଗିରଫ କରିଥିଲା ପୁଲିସ। ଏହାର କିଛି ମାସର ବ୍ୟବଧାନ ପରେ ଏବେ ପୁଣି ସାମ୍ନାକୁ ଆସିଛି ଜଣେ ଓଡ଼ିଆ ଯବାନଙ୍କ ଲିଙ୍କ୍ ।

ଆହୁରି ପଢ଼ନ୍ତୁ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଯାଆଁଳା ଭଉଣୀଙ୍କ ମାଗଣା କୋଭିଡ ହେଲ୍ପଲାଇନ୍‌

‘ପ୍ରିନ୍ସ ଅଫ୍ କୋଲକାତା’ @୪୮

ୱା ଅଫିସର; ମୃତ୍ୟୁ ପୂର୍ବରୁ ଅପରାଧୀକୁ ଧରାଇ ଦେବାକୁ ସୁରାକ ଛାଡ଼ିଗଲେ କନଷ୍ଟେବଲ

୧୧୮ ବର୍ଷ ପରେ ଦେଖାଦେଲା ବିରଳ ପ୍ରଜାତିର ଫୁଲ

ଫେସ୍ ବୁକ୍‌ର ରଙ୍ଗ ନୀଳ କାହିଁକି ଜାଣନ୍ତି ?

ଆସିଲା ଗୁପ୍‌ଚୁପ୍‌ ଏଟିଏମ୍‌ !

ଶାଶୁଘରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ଭର୍ତ୍ତି ହେଲେ ନବବଧୂ

ବୟସର ସାୟାହ୍ନରେ ଖଇରୀକୁ ଝୁରୁଛନ୍ତି ନିହାର ନଳିନୀ

କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

You might also like