ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶାର ରୁକୁଣା ରଥ ମେଢ଼କୁ ମିଳିଲା ଦ୍ୱିତୀୟ ସ୍ଥାନ

ଭୁବନେଶ୍ୱର: ଏଥର ଗଣତନ୍ତ୍ର ଦିବସ ପରେଡ଼ରେ ଓଡ଼ିଶା ପକ୍ଷରୁ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼କୁ ମିଳିଛି ପୁରସ୍କାର। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମେଢକୁ ଦ୍ୱିତୀୟ ଶ୍ରେଷ୍ଠ ମେଢ଼ ଭାବେ ପୁରସ୍କାର ମିଳିଛି। ଆଜି ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପୁରସ୍କାର ଦେବେ ବୋଲି ପ୍ରଜ୍ଞାପନ ମେଢ଼ର ଡିଜାଇନର ଶିଳ୍ପୀ ଗଜେନ୍ଦ୍ର ସାହୁ ଏହି  ସୂଚନା ଦେଇଛନ୍ତି।

ପ୍ରତିଷ୍ଠିତ ଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ୱାଳ ମେଢ଼ର ଡିଜାଇନ କରିଥିଲେ। ଉତ୍କଳୀୟ ପାରମ୍ପରିକ କଳା ସଂସ୍କୃତି ବହନ କରୁଥିବା ଏହି ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ଗଡ଼ିଥିଲା। ଓଡ଼ିଶା ସମେତ ମୋଟ୍ ୧୬ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ରାଜପଥରେ ପ୍ରଦର୍ଶିତ ହୋଇଥିଲା। ପରେଡରେ ସ୍ଥାନ ପାଇଥିବା ମେଢ ମଧ୍ୟରେ ଆସାମ ପ୍ରଜ୍ଞାପନ ମେଢ଼କୁ  ପ୍ରଥମ ସ୍ଥାନ ମିଳିଥିବାବେଳେ ଉତ୍ତରପ୍ରଦେଶ ୩ୟ ସ୍ଥାନ ହାସଲ କରିଛି।

ସେହିଭଳି ଏଥର ମାର୍ଚ୍ଚପାଷ୍ଟରେ ତିନି ସେନାମଧ୍ୟରୁ ଭାରତୀୟ ବାୟୁ ସେନା ପ୍ରଥମ ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ CISF  ପ୍ରଥମ ସ୍ଥାନ ହାସଲ କରିଛି।

You might also like