ଦୈତାରୀ ନାୟକଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ

ଦୈତାରୀ ନାୟକଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

କେନ୍ଦୁଝର : କେନ୍ଦୁଝରର ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ। ନିଜସ୍ୱ ଉଦ୍ୟମରେ ଟାଙ୍ଗରା ଭୂଇଁକୁ ଶସ୍ୟ ଶ୍ୟାମଳା କରିପାରିଥିବା ଦୃଢମନା ଦୈତାରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

୧୯୯୭ ମସିହାରୁ ଚାରି ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ସେ ନାଳପାଣିକୁ ଜମିରେ ପହଞ୍ଚାଇଥିଲେ। ଏହି କାମ ପାଇଁ ତାଙ୍କୁ ଏମିତି ଏକ ବଡ଼ ପୁରସ୍କାର ମିଳିବ , କେବେ ସେ ଭାବିନଥିଲେ ବୋଲି କହିଛନ୍ତି ଦୈତାରୀ ନାୟକ।

You might also like