କରୋନା ମୁକାବିଲା ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ତ ?

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଆଜି ସୁଦ୍ଧା ଓଡ଼ିଶାରେ ମୋଟ ୨୪ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏବଂ ଖୁବ୍‌ଶୀଘ୍ର ଆଉ ୧୧ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର।

ଏବେ ସୁଦ୍ଧା ୨୧ଟି ଜିଲ୍ଲାରେ ୩ ହଜାର ୯୫୧ ଶଯ୍ୟା ବିଶିଷ୍ଟ ୨୪ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇସାରିଛି। ଯାହା ମଧ୍ୟରେ ୨୯୩ଟି ଆସିୟୁ ବେଡ୍ ମଧ୍ୟ ରହିଛି। ସେହିଭଳି ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୩ ଆଇସିୟୁ ବେଡ୍ ସାଙ୍ଗକୁ ୧୮୭୦ ଶଯ୍ୟାର ୧୧ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଡିସି କହିଛନ୍ତି।

ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଥିବା ଉନ୍ନୟନ କମିଶନର ସୂଚନା ଦେଇଛନ୍ତି। ଏପଟେ କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଏସବୁ ଜିଲ୍ଲାରେ ନିର୍ମାଣାଧିନ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲର ନିର୍ମାଣ କାମର ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ।

You might also like