• translate
Abinash Pati

ଭୁବନେଶ୍ୱର: କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୦ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିବା NDRF ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପଜିଟିଭ୍ ଚିହ୍ନଟ ହୋଇଥିବା ଏହି NDRF ଯବାନଙ୍କୁ କେଉଁଠାରେ ଚିକିତ୍ସା କରାଯାଉଛି ସେ ନେଇ ଏଯାଏ କୌଣସି ସୂଚନା  ମିଳିନାହିଁ।

ଖବର ଅନୁସାରେ, ୧୬୭ NDRF ଯବାନ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ। ଏମାନଙ୍କର ସ୍ୱାବ୍ ଟେଷ୍ଟ ପରେ ୫୦ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ମେ ୨୦ ତାରିଖ ଆସିଥିଲା ସାମୁଦ୍ରିକ ଝଡ଼ ଅମ୍ପନ। ଏହାର ପ୍ରଭାବରୁ ଓଡ଼ିଶା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତି ଅଞ୍ଚଳ। ପ୍ରାୟ ୬ ଘଣ୍ଟା ଧରି ୧୨୫ରୁ ୧୩୫ କିଲୋମିଟର ବେଗର ବହିଥିବା ଝଡ଼ରେ ଛିନ୍‌ଛତ୍ର ହୋଇଥିଲା CITY OF JOY କୋଲକାତା।  ବାତ୍ୟାରେ ୭୨ ଜଣଙ୍କ ଜୀବନ ବି ଯାଇଥିଲା। ବାତ୍ୟା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗରେ ପୁନରୁଦ୍ଧାର କାମ ଲାଗି ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ୍ ଟିମ୍ ସହ ୫୦୦ ଜଣ କର୍ମଚାରୀଙ୍କୁ ବଙ୍ଗ ପଠାଇଥିଲେ ରାଜ୍ୟ ସରକାର।

ତେବେ ଓଡ଼ିଶାରେ ବି ଅନେକ ସ୍ଥାନରେ କ୍ଷତି ଘଟାଇଥିଲେ ସାମୁଦ୍ରିକ ଝଡ଼ ଅମ୍ପନ। କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟରେ ରାଜ୍ୟର ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ କରିଥିଲେ ରାଜ୍ୟ ସରକାର। ୯୨ ବ୍ଲକର ୯୮୩୩ ଗାଁ, ୨୨ ପୌରାଞ୍ଚଳର ୨୭୨ ୱାର୍ଡ ପ୍ରଭାବିତ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା। ଏଥିରେ ବିଦ୍ୟୁତ୍‌ ସେବା ମଧ୍ୟ ବ୍ୟାହତ ହୋଇଥିଲା। 

Other Stories