୪ ନଦୀ ବିପଦ ସଙ୍କେତ ଉପରେ
ଭୁବନେଶ୍ୱର: ରାଜ୍ୟର ୪ ପ୍ରମୁଖ ନଦୀର ଜଳ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବ୍ରାହ୍ମଣୀ ନଦୀ ଜେନାପୁରଠାରେ ବିପଦ ସଙ୍କେତ ୨୩ ଥିବାବେଳେ ଜଳସ୍ତର ଏବେ ୨୩.୪୫ ରହିଛି।
ଯଦିଓ ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁରରେ କମିଛି, ହେଲେ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ଥିବାବେଳେ ଏବେ ୧୯.୪୬ ଫୁଟରେ ଜଳ ପ୍ରବାହିତ ହେଉଛି।
ସୁବର୍ଣ୍ଣରେଖା ଜାମଶୋଲା ଘାଟରେ ବିପଦ ସଙ୍କେତ ୪୯.୧୫ ଥିବାବେଳେ ଏବେ ୫୦.୦୨ରେ ଜଳ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖା ରାଜଘାଟରେ ବିପଦ ସଙ୍କେତ ୧୦.୩୬ ଥିବାବେଳେ ଏବେ ୧୦.୯୬ରେ ଜଳ ପ୍ରବାହିତ ହେଉଛି। ଜଳକା ମଥାନିରେ ବିପଦ ସଂକେତ ୫.୫୦ ରହିଛି। ଦିନ ୧୨ଟା ସୁଦ୍ଧା ୬.୬୧ ରେ ଜଳ ପ୍ରବାହିତ ହେଉଛି।