ବଜେଟ୍‌ରେ ଶିକ୍ଷାକୁ ଗୁରୁତ୍ୱ: ୨୪, ୩୭୦ କୋଟିର ବ୍ୟୟବରାଦ୍‌

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ସରକାର ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ୨୪, ୩୭୦ କୋଟିର ବଜେଟ୍‌ ରଖିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ହୋଇଥିବା ବେଳେ ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି। ଅନ୍ୟପଟେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ବିଧାନସଭାରେ ଆଜି ଉପସ୍ଥାପନ ହେଇଛି ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ବଜେଟ୍ ଉପସ୍ଥାପନ କରି ନିରଞ୍ଜନ କହିଛନ୍ତି, କୋଭିଡ଼ ମହାମାରୀ ମାନବଜାତିକୁ ବଡ଼ ସଂକଟରେ ପକାଇଥିଲା। ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା। କରୋନା ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଆଉ କିଛି ଦିନ ଆମକୁ ଏହିପରି ସତର୍କ ଓ ସାବଧାନ ରହିବାକୁ ପଡ଼ିବ

You might also like