ବିଧାନସଭାରେ ତେଲ ତାତି

ଗୃହରେ କଂଗ୍ରେସ ବିଧାୟକଙ୍କ ହଙ୍ଗାମା

ଭୁବନେଶ୍ୱର : ବିଧାନସଭାରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ତାତି। କଂଗ୍ରେସର ହଙ୍ଗାମା ଯୋଗୁଁ ଗୃହ ମୁଲତବୀ।  ଅାଜି ଗୃହକାର୍ଯ୍ୟ ଅାରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ। ବାଚସ୍ପତିଙ୍କ ପୋଡିଅମ୍ ନିକଟକୁ ଅାସି ଅନେକ ସ୍ଲୋଗାନ ଦେଇଥିଲେ।

ସେପଟେ ବିଜେପି ସମବାୟ ଦୁର୍ନୀତି କଥା ଉଠାଇ ନାରାବାଜି କରିଥିଲେ। ଏହା ପରେ ଗୃହକୁ ଅାସନ୍ତାକାଲି ଯାଏ ମୁଲତବି କରିଛନ୍ତି ବାଚସ୍ପତି। କଂଗ୍ରେସର ବନ୍ଦ ଯୋଗୁଁ ଅାସି ମୁଖ୍ୟମନ୍ତ୍ରୀ ୩ ମିନିଟ  ବିଳମ୍ବରେ ଅାସିଥିଲେ।

ଅାଜି ବିଧାନସଭା ଅାଗରେ ମଧ୍ୟ ଧାରଣା ଦେଇଥିଲା କଂଗ୍ରେସ। ଏହାର ନେତୃତ୍ୱ ନେଇଥିଲେ ନିଜେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦଳର ଅନ୍ୟ କର୍ମୀ ଓ ନେତାଙ୍କ ସହିତ ସେ ବିଧାନସଭା ଅାଗରେ ଧାରଣା ଦେଇଥିଲେ। ବିଧାୟକ, ମନ୍ତ୍ରୀଙ୍କୁ ଅଟକାଇଥିଲେ। ଏପରିକି ଅନେକ ଅାଇପିଏସ୍ ଅଫିସରଙ୍କ ଗାଡ଼ି ନିକଟକୁ ଅଟକାଇଥିଲେ କଂଗ୍ରେସ କର୍ମୀ।  ଅମିତାଭ ଠାକୁର, ସୁନୀଲ ରାୟଙ୍କ ଗାଡ଼ିକୁ ସେମାନେ ଅଟକାଇଥିଲେ।

ଏହା ପରେ ଦୁଇ ବରିଷ୍ଠ ପୁଲିସ ଅଧିକାରୀ ବିଧାନସଭା ଭିତରକୁ ଚାଲି ଚାଲି ଯାଇଥିଲେ। କଂଗ୍ରେସ କର୍ମୀମାନେ ମଧ୍ୟ କେତେକଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ବନ୍ଦରେ ସାମିଲ ହେବାକୁ ଅନୁରୋଧ କରିଥିଲେ।

 

You might also like