ଦିଲ୍‌ ନେଇଗଲା ନେପାଳୀ ଝିଅ: ମୁମ୍ବାଇରେ ପ୍ରେମ ବାଲେଶ୍ୱରରେ ବାହାଘର, ନିଆରା ପ୍ରେମକାହାଣୀ

ସୋର: ଲକଡାଉନ ବେଳେ ମୁମ୍ବାଇରେ ପ୍ରେମ ହେଲା। ଓଡ଼ିଶାକୁ ଆସି କ୍ୱାରେଣ୍ଟିନ ସାରିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମ ପକ୍ଷୀ। କନ୍ୟା କାଠମାଣ୍ଡୁର ଆଉ ବର ବାଲେଶ୍ୱରର।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗାଁର କ୍ଷୀରୋଦ ଶିଅଳ ମୁମ୍ବାଇରେ ରହି କାମ କରୁଥିବାବେଳେ କାଠମାଣ୍ଡୁରୁ ଆସି ସେଠାରେ କାମ କରୁଥିବା ପ୍ରଣିସାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଣିସା ନିଜ ଭଉଣୀ ଭିଣୋଇଙ୍କ ସହ ରହିଥିଲେ। ଲକଡାଉନ ଅବଧି ଶେଷ ହେବାପରେ କ୍ଷୀରୋଦ ନିଜ ଗାଁକୁ ଆସିବାକୁ ଯୋଜନା କରିଥିଲେ। ସେପଟେ ପ୍ରଣିସାଙ୍କ ଭଉଣୀ ଭିଣୋଇ ନେପାଳ ପଳାଇଥିଲେ। ହେଲେ କ୍ଷୀରୋଦଙ୍କୁ ଛାଡ଼ି ଯିବାକୁ ଚାହିଁନଥିଲେ ନେପାଳୀ କନ୍ୟା।

ଉଭୟ ଗୋଳିହା ଗାଁକୁ ପଳାଇ ଆସିଥିଲେ। ବାହାରୁ ଆସିଥିବାରୁ ଦୁଇ ଜଣଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ୧୪ ଦିନର ସଙ୍ଗରୋଧ ପରେ ଖଇରା ଥାନା ଆଇଆଇସି ଏବଂ ବିଡିଓଙ୍କ ପରାମର୍ଶକ୍ରମେ ସରପଞ୍ଚ ତାଙ୍କ ବିବାହ କରେଇଥିଲେ। ଉଭୟ ପରିବାରଙ୍କ ସହମତିରେ ଏହି ବିବାହ ଉତ୍ସବ ହୋଇଥିଲା। ସରପଞ୍ଚ ଓ ତାଙ୍କ ସ୍ୱାମୀ କନ୍ୟାଦାନ କରିବା ସହ ସରକାରଙ୍କ କୋଭିଡ ଗାଇଡଲାଇନ ପାଳନ କରି ଭୋଜିଭାତର ଅୟୋଜନ  ହୋଇଥିଲା।

You might also like