ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଘଟଣାରେ ଜଣେ ଗିରଫ
ରାୟଗଡ଼ା: ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍ କରିବା ଘଟଣାରେ ପୋଲିସର କର୍ଯ୍ୟାନୁଷ୍ଠାନ। ଜଣେ ଯୁବକଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା।
ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଅନ୍ୟ କିଛି ଯୁବକଙ୍କ ସହ ମିଶି ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋକୁ ପୂଜା କରିବା ସହ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ପୋଡ଼ିଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ରାୟଗଡ଼ା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ଖୋଜୁଥିବା ରାୟଗଡ଼ା ଏସ୍ପି ସୂଚନା ଦେଇଛନ୍ତି।