ଯୁବତୀଙ୍କ ଗର୍ଭନଷ୍ଟ କରାଇ ରାଜଧାନୀର ପୋଲିସ୍ ବାବୁ ଫେରାର!

ଭୁବନେଶ୍ୱର: ପୁଣି ଖାକିରେ ଦାଗ। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ରାକେଶ ସାମଲଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଫେସବୁକରେ ବନ୍ଧୁତା ପରେ ରାକେଶ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି।

ସେ ପୂର୍ବରୁ ଗର୍ଭବତୀ ହୋଇ ଏସ୍ଆଇ ବାଧ୍ୟ କରିବାରୁ ଗର୍ଭନଷ୍ଟ କରିଥିବା ଓ ପରେ ରାକେଶ ତାଙ୍କୁ ଧୋକା ଦେଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି।

କେବଳ ଏତିକି ନୁହେଁ, ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି। କାଲି ପୀଡ଼ିତାଙ୍କ ୧୬୪ରେ  ବୟାନ ରେକର୍ଡ ହେବ।

ସେପଟେ ଅଭିଯୁକ୍ତ SI ବିନା ଅନୁମତିରେ ମାସେରୁ ଅଧିକ ସମୟ ଛୁଟିରେ ଅଛନ୍ତି ବୋଲି କ୍ୟାପିଟାଲ ଥାନା ପକ୍ଷରୁ ପୋଲିସ କମିଶନରଙ୍କୁ ସୂଚନା ଦିଆଯାଇଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

You might also like