ସ୍କୁଲ ଦିଦି ଦେଲେ ୧୩ ହଜାର ଟଙ୍କା ଫାଇନ୍‌

ଭଦ୍ରକ (ପାର୍ଥସାରଥୀ ନାୟକ): ଆଜି ଚର୍ଚ୍ଚାରେ ରହିଛି ଭଦ୍ରକ। ଆଜି ଜଣେ ଅଟୋ ଚାଳକର କିଛି କାଗଜପତ୍ର ନଥିବାରୁ ପୁଲିସ ୨୭,୫୦୦ ଟଙ୍କା ଫାଇନ୍‌ କରିଥିଲା। ସନ୍ଧ୍ୟା ବେଳେ ସ୍କୁଲ ଦିଦିଙ୍କ ସ୍କୁଟିର କିଛି କାଗଜପତ୍ର ନଥିବାରୁ ପୁଲିସ ଫାଇନ୍‌ କରିଛି ୧୩ ହଜାର ଟଙ୍କା।

ଭଦ୍ରକ ଟାଉନ୍‌ ସର୍କାରନଗର ଅଞ୍ଚଳର ନାହିଦ ଅକତର ଏକ ପ୍ରାଇଭେଟ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସେ ସ୍କୁଲରୁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୟୁନାନୀ ହସ୍ପିଟାଲ୍‌ ନିକଟରେ ପୁଲିସ ତାଙ୍କ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲା। ତେବେ ଗାଡ଼ିଟି ନାହିଦଙ୍କ ବାପାଙ୍କ ନାଁରେ ଥାଇ ସେ ଚଲାଉଥିବାରୁ ୫୦୦୦ ଟଙ୍କା ଜୋରିମାନା କରାଯାଇଛି।

ଏହାଛଡ଼ା ନାହିଦଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ଗାଡ଼ିର ବୀମା ନଥିବାରୁ ୨୦୦୦ ଓ ହେଲମେଟ୍‌ ପିନ୍ଧି ନଥିବାରୁ ୧୦୦୦ ଟଙ୍କା ଫାଇନ ହୋଇଛି। ଜୋରିମାନା ଅର୍ଥ ପୈଠ କରିବା ପରିବର୍ତ୍ତେ ସେ ଗାଡ଼ି ନେଇ ଚାଲି ଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

You might also like