ମନଇଚ୍ଛା କରୋନା କିଟ୍‌ ମଗାଇ ଅଡୁଆରେ ସରକାର

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିଲା ପୁଣି ଦୁଇଟି କୋଭିଡ୍ କିଟ୍ ଭର୍ତ୍ତି ଟ୍ରକ। ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ଆଗରେ ଠିଆ ହୋଇଥିବା ଟ୍ରକରେ ଥିଲା ୩୧ଟି ଭେଣ୍ଟିଲେଣ୍ଟର। ଏସବୁ ଆସିଛି ପଞ୍ଜାବ ମୋହାଲିରୁ। ସେମିତି ଅନ୍ୟ ଟ୍ରକରେ ତାମିଲନାଡୁରୁ ଆସିଛି ମାସ୍କ, ଗ୍ଲୋଭସ ଓ ଅନ୍ୟ ସଂରଞ୍ଜାମ। ଆଜି ସକାଳୁ ଦୁଇଟି ଯାକ ଟ୍ରକ ପହଞ୍ଚିଥିଲେ ବି ଦ୍ୱିପହର ସୁଦ୍ଧା ଭିତରକୁ ପ୍ରବେଶ ଅନୁମତି ମିଳିନି। ସେପଟେ ୪-୫ ଦିନ ହେବ ରସୁଲଗଡ ଶିଳ୍ପାଞ୍ଚଳରେ ଅଟକିଥିବା ୨୫ରୁ ଅଧିକ ଟ୍ରକକୁ ବି କୋଭିଡ କିଟ୍‌କୁ ଅନଲୋଡ୍ କରାଯାଇନି।

ତେବେ ରାଜ୍ୟକୁ ଆସିଯାଇଥିବା ଏ ସରଞ୍ଜାମରୁ କାହାକୁ ରଖିବେ କାହାକୁ ଫେରାଇବେ ସେ ନେଇ ଆଜି ବସିଥିଲା ପରଚେଜ୍ କମିଟି ବୈଠକ। ସୂଚନା ଅନୁସାରେ ଏଥିରେ ନିଷ୍ପତ୍ତି ହୋଇଛି, ପିପିଇ କିଟ୍ ଆସିଥିବା ଟ୍ରକରୁ କେବଳ ସାମଗ୍ରୀ ଅନଲୋଡ୍ କରାଯିବ ଅର୍ଥାତ କେବଳ ପିପିଇ କିଟ୍‌କୁ ରଖିବେ ସରକାର। ବାକି ମାସ୍କ, ଭେଣ୍ଟିଲେଟର ଓ ଅନ୍ୟ ସଂରଜାମ ଫେରାଇଦେବେ।

ଔଷଧ ନିଗମର ତଥ୍ୟ ଅନୁସାରେ ରାଜ୍ୟକୁ ଆସିଛି ୮ ଲକ୍ଷ ୬୩ ହଜାର ପିପିଇ କିଟ୍। ଏଥିରୁ ୬ ଲକ୍ଷ ୩୬ ହଜାର ଏବେ ନିଗମର ସେଣ୍ଟ୍ରାରଲ ଷ୍ଟୋରରେ ଗଛିତ ଅଛି। ବାକି ୨ ଲକ୍ଷ ୨୭ ହଜାର ପିପିଇ କିଟ ବିଭିନ୍ନ ଜିଲ୍ଲାକୁ ପଠାଯିବ। ୪-୫ ଦିନ ହେବ ରସୁଲଗଡ ଶିଳ୍ପାଞ୍ଚଳରେ ଠିଆ ହୋଇଥିବା ୨୫ରୁ ଅଧିକ ଟ୍ରକରୁ କେଉଁଥିରେ ପିପିଇ କିଟ୍ ଅଛି ତାର ହିସାବ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଔଷଧ ନିଗମର ଏମଡି। ଏପଟେ କରୋନା ମୁକାବିଲା ଉପକରଣ ପାଇଁ ଅର୍ଡର କରି ଏହାକୁ ବାତିଲ କରିବା ନିଷ୍ପତ୍ତିକୁ ସମାଲୋଚନା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ପ୍ରଶ୍ନ ଉଠୁଛି କରୋନା ମୁକାବିଲା ପାଇଁ ଭେଣ୍ଟିଲେଟର୍ ପରି ଅତି ଆବଶ୍ୟକ ସାମଗ୍ରୀ କିଣିବାକୁ ନିଷ୍ପତ୍ତି ନେଇ ପୁଣି ସାମଗ୍ରୀ ଓଡିଶାରେ ପହଞ୍ଚିବା ପରେ ସରକାର କାହିଁକି ଆଉ ତାକୁ ନେଉନାହାନ୍ତି ତାର ଉତ୍ତର କେହି ଦେଉନାହାନ୍ତି। କେତେ ଅର୍ଡର ବାତିଲ ହୋଇଛି ସେ ନେଇ ନିଗମର ପାଟି ଚୁପ୍।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like