ମାମୁଁଘରୁ ଆସିଛି ଭାର; ପଢ଼ୁଆଁ ହେବେ ବଡ଼ ଠାକୁର

ପୁରୀ: ଆଜି ପ୍ରଥମାଷ୍ଟମୀ। ଓଡ଼ିଆ ଘରର ବଡ଼ ପୁଅ, ଝିଅଙ୍କ ଦୀର୍ଘ ଜୀବନ ପାଇଁ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରାଇଥାନ୍ତି ବାପାମା। ପ୍ରଥମ ସନ୍ତାନ ସନ୍ତତି ନୂଆ କପଡ଼ା ପିନ୍ଧିବା ସହିତ ମଙ୍ଗଳମନାସୀ ଥାନ୍ତି। ଏହାପରେ ବିଭିନ୍ନ ରକମର ମିଠା ପିଠା ଆସରରେ ବି ଜମେ।

ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଦିନ ରାଜ୍ୟରେ ପ୍ରଥମାଷ୍ଟମୀ ପାଳନ କରାଯାଏ। ସେହିପରି ଶ୍ରୀମନ୍ଦିରରେ ବି ଆଜି ପ୍ରଥମାଷ୍ଟମୀ ପାଳନ ହେବ। ମହାପ୍ରଭୁଙ୍କ ମହାସ୍ନାନ ପରେ ନୂଆ ଲୁଗା ଲାଗି ହେବ। ନୀତିକାନ୍ତି ପରେ ଫୁଲୁପୁରିଆ ଖଦି ଓ ଛେଦା ପ୍ରସାଦ ଲାଗି ହୋଇ ବଡ଼ ଠାକୁରଙ୍କୁ ବନ୍ଦାପନା କରାଯିବ।

ଗତବର୍ଷ ଭଳି ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର କୁହାଯାଉଥିବା ନିଆଳିର ମାଧବାନନ୍ଦ ମନ୍ଦିରରୁ ପୁରୀରେ ପହଞ୍ଚି ସାରିଛି ପୋଡ଼ୁଆଁ ଭାର। ପ୍ରଥମାଷ୍ଟମୀ ଅବସରରେ ଭାରରେ ମହାପ୍ରଭୁଙ୍କ ପାଇଁ ଖଣ୍ତୁଆ ପାଟ, ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼ ଓ ପାଚିଲା କଦଳୀ ପ୍ରଭୃତି ଅନେକ ଦିବ୍ୟ ପଦାର୍ଥ ରହିଛି।

 

You might also like