୨୪ ଘଣ୍ଟାରେ ଘଡ଼ଘଡ଼ି, ପବନ ଓ ବର୍ଷା; ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।  ବାଲେଶ୍ୱରରେ ସର୍ବାଧିକ ବର୍ଷା ୪୨ ଦଶମିକ ୬ ମିଲିମିଟର ରେକର୍ଡ କରାଯାଇଥିବା ବେଳେ ଗତ ରାତିରେ ଭୁବନେଶ୍ୱରରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ହୋଇପାରେ। ପବନର ବେଗ ଘଣ୍ଟାପତି ୪୦ରୁ ୫୦ କିମି ରହିପାରେ ବୋଲି ଅନୁମାନ କରି ପାଣିପାଗ ବିଭାଗ।
ସେଥିପାଇଁ କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ଗଜପତି ଜିଲ୍ଲାପାଳ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ରାଜ୍ୟର ଅଧିକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

You might also like