ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍; କଂଗ୍ରେସ କହିଲା ‘କଳାଦିନ’

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୦। ବିରୋଧୀଙ୍କ ହୋହଲ୍ଲା ଭିତରେ ଏହି ବିଲ୍ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ବିଲ୍ ପାରିତ ହୋଇଛି। କିନ୍ତୁ ବିଲ୍‌କୁ କଳା ଆଇନ କହି ନରସିଂହ ମିଶ୍ର ବିରୋଧ କରିଥିଲେ। ଆଜିର ଆଲୋଚନାରେ  ବିଜେପି ଭାଗ ନେଇ ନଥିଲା।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ ନେଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ।  ଆଜିର ଦିନ ଏକ କଳା ଦିନ, ଏହି ଆଇନ ଏକ କଳା ଆଇନ ହେବ।
ନୂଆ ବିଲ୍ ଦ୍ୱାରା ବିଶ୍ୱବିଦ୍ୟାଳୟର ଅଟୋନୋମି ନଷ୍ଟ ହେବ ବୋଲି ନରସିଂହ କହିଥିଲେ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନେଇ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ”ଅନ୍ୟ ରାଜ୍ୟରେ ଭିସି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଓଡ଼ିଶାରେ ନିରପେକ୍ଷତା, ସ୍ୱଚ୍ଛତାରେ ଭିସି ଚୟନ ହୋଇଥାଏ। ଏହି ନିଯୁକ୍ତି ରାଜ୍ୟପାଳ କରନ୍ତି, ସ୍ୱାୟତ୍ତତା ନଷ୍ଟ ହେଉନାହିଁ। ଅଧ୍ୟାପକ ନିଯୁକ୍ତି OPSC ଦ୍ୱାରା କରିବାକୁ ରାଜ୍ୟପାଳ ପ୍ରସ୍ତାବ ଦେଇଥିଲେ। ସଂଶୋଧିତ ବିଲ୍‌ରେ ସିନେଟ୍ ଉଚ୍ଛେଦ, ସିଣ୍ଡିକେଟ ମଜଭୁତ କରାଯାଇଛି। ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା ପାଇଁ କମିଟି ଗଠନ କରାଯାଇଛି।”

You might also like