ପୁରୀରେ ଉଚ୍ଛେଦକୁ ବିରୋଧ ପରେ ସରକାରଙ୍କ ବ୍ୟଗ୍ରତା; ଲୋଭ ଦେଖାଇବା ପାଇଁ ଚାଲିଛି ପ୍ରକଳ୍ପ ଘୋଷଣା

ପୁରୀ: ଉଚ୍ଛେଦ ଅଭିଯାନ ସରିଲେ ଚିକ୍‌ ଚିକ୍‌ ଦିଶିବ ଶ୍ରୀକ୍ଷେତ୍ର, ବ୍ୟାଘ୍ରଦ୍ୱାର। ୨୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ରଘୁନନ୍ଦନ ଲାଇବ୍ରେରୀ। ପରିକଳ୍ପିତ ବିଶ୍ୱ ଐତିହ୍ୟ ନଗରୀର ଚିକ୍‌ ମିକ୍‌ ରୂପ ଥିବା କିଛି ଫଟୋ ଛାଡ଼ି ସାଧାରଣ ଜନତାର ଆଖି ଝଲ୍ସାଇ ଦେଇଥିଲେ ସରକାର। ଗତକାଲି ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏମିତି ଫଟୋସବୁ ଛାଡ଼ିଥିଲେ ସରକାର।

କେବଳ ଏତିକି ନୁହେଁ, ଆଜି ମଧ୍ୟ ପୁରୀର ରୂପ ବଦଳେଇବାକୁ ସରକାରୀ ଉଦ୍ୟମ ଓ ପଦକ୍ଷେପକୁ ନେଇ ବିଭିନ୍ନ ଖବରକାଗଜରେ ପୃଷ୍ଠିକିଆ ବିଜ୍ଞାପନ ଦେଖିବାକୁ ମିଳିଥିଲା। ଉଚ୍ଛେଦକୁ ପ୍ରବଳ ବିରୋଧ ପରେ ଯାହା ହେଉଛି ଠିକ୍ ହେଉଛି ଓ ଏହା ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ହେଉଛି ବୋଲି ଦର୍ଶାଇବାକୁ ଜୋର୍‌ଦାର ପ୍ରୟାସ କରାଯାଉଛି।

ସରକାରଙ୍କ ସହ ତାଳଦେଇ ସରକାରୀ ଦଳ ମଧ୍ୟ ପ୍ରଚାରର ଚଳାଇଛି। ଏଥିପାଇଁ ଦଳର ଶୋସାଲ୍‌ ମିଡିଆ ପ୍ଲାଟ୍‌ ଫର୍ମରେ ଏକ ଭିଡଓ ଛଡ଼ାଯାଇଛି। ଯେଉଁଥିରେ ଉଚ୍ଛେଦ ପ୍ରକ୍ରିୟାକୁ ଏକପ୍ରକାର ଠିକ୍‌ ବୋଲି ଦର୍ଶାଇବା ସହିତ ଭାରତର ଅନେକ ସ୍ଥାନରେ ମଠ, ମନ୍ଦିରର ଦୁର୍ବଳ କାନ୍ଥ ଭୁଶୁଡ଼ି ହଜାର ହଜାର ଜୀବନ ଯାଇଛି। ପୁରୀରେ ଯଦି ଏଭଳି ହୁଏ ବୋଲି ପ୍ରଶ୍ନ କରାଯାଇଛି।

ହେଲେ ଏବେ ପ୍ରଶ୍ନ ହେଉଛି- ଉଚ୍ଛେଦ ଅଭିଯାନ ଆରମ୍ଭ ହେବା ପରେ ଏ ବ୍ୟଗ୍ରତା କାହିଁକି ? ଆଗରୁ ସବୁ ପକ୍ଷର ସହମତି ନେଇ କାହିଁକି ପ୍ରସ୍ତୁତ ହେଲାନି ଆକ୍ସନ ପ୍ଲାନ୍? ସେପଟେ ଏସବୁ ସରକାରୀ ତତ୍ପରତା ସତ୍ତ୍ୱେ ବିରୋଧ କିନ୍ତୁ ଥମୁନି।

ପ୍ରଥମଥର ପାଇଁ ମୁହଁ ଖୋଲି ଦଇତାପତି ନିଯୋଗ କହିଛି ୭୫ ମିଟର ଉଚ୍ଛେଦ ହେଲେ ବହୁ ସେବାୟତ ବାସହରା ହେବେ। ଯାହାର ସିଧାସଳଖ ପ୍ରଭାବ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଉପରେ ପଡ଼ିବ। ସେହିପରି ୧୮ରୁ ଅଧିକ ମଠ ଉଚ୍ଛେଦ ହେଲେ ଶ୍ରୀଜଗନ୍ନାଥଙ୍କ ବଲ୍ଲଭ ନୀତି ପ୍ରଭାବିତ ହେବ ବୋଲି କହିଛି ଗରାବଡୁ ନିଯୋଗ।

ଏପଟେ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବି ଉଠିଥିଲା ଉଚ୍ଛେଦ ପ୍ରସଙ୍ଗ।  ବୈଠକରେ ମଠ ପୁର୍ନଗଠନ ପୁନରୁଦ୍ଧାର ଲାଗି ଉପସମିତି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ରଥଦାଣ୍ଡକୁ ଐତିହ୍ୟ କରିଡର, ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉନ୍ନତିକରଣ, ଜଗନ୍ନାଥ ବଲ୍ଲଭରେ ପ୍ରମୋଦ ଉଦ୍ୟାନ, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଭଳି ୫ଟି ପ୍ରକଳ୍ପକୁ ଅନୁମୋଦନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର କହିଛନ୍ତି।

ଗୋଟିଏ ପଟେ ଉଚ୍ଛେଦକୁ ଯଥାର୍ଥ ଦର୍ଶାଇବାକୁ ନେଇ ସରକାରୀ କଳ ଓ ଦଳସ୍ତରରେ ଉଦ୍ୟମ, ଅନ୍ୟପଟେ ଥଇଥାନ ପ୍ରସଙ୍ଗକୁ ନେଇ ବିରୋଧ ଏସବୁ ଭିତରେ ଆମିକସ୍ କ୍ୟୁରିଙ୍କ ଗସ୍ତ ପାଇଁ ଆଜି ବନ୍ଦ ଥିବା ଉଚ୍ଛେଦ ପ୍ରକ୍ରିୟା ଆଗକୁ କିଭଳି ବଢୁଛି, ତା ଉପରେ ନଜର।

ଆହୁରି ପଢ଼ନ୍ତୁ

ନଭେମ୍ବର ପାଇଁ ଅନ୍‌ଲକ୍-୬ ଗାଇଡ୍‌ ଲାଇନ୍ ଜାରି

ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ: ଜାଣନ୍ତୁ ଓଡ଼ିଶାରେ କେବେ ଖୋଲିବ ସ୍କୁଲ…

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

You might also like