ପୁଣି ବାତିଲ ହେଲା ଡିଏଲ୍ ଓ ଏଲ୍‌ଏଲ୍‌ ସ୍ଲଟ ବୁକିଂ

ଭୁବନେଶ୍ୱର: ପୁଣି ବାତିଲ ହେଲା ଡିଏଲ୍ ଓ ଏଲ୍‌ଏଲ୍‌ ସ୍ଲଟ ବୁକିଂ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେବେ DL/LL ସ୍ଲଟ ବୁକିଂ କରାଯିବ, ସେନେଇ ସରକାର ସାନି ବିଜ୍ଞପ୍ତି ଜାରି କରିବେ ବୋଲି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ କୁହାଯାଇଛି।

ମାର୍ଚ୍ଚ ୧୮ରୁ ସେମ୍ବେର ୩୦ ତାରିଖ ମଧ୍ୟରେ ଡିଏଲ୍‌ ଓଏଲ୍‌ଏଲ୍‌ ଅବଧି ସରୁଥିଲେ ଏହା କାଏମ୍ ରହିବ। ତେବେ କେବେଠୁ ସାରଥି ପୋର୍ଟାଲ କାର୍ଯ୍ୟ କରିବ, ବିଜ୍ଞାପନ ମାଧ୍ୟମରେ ଜଣାଇ ଦିଆଯିବ। ଯେଉଁମାନେ DL/LL ସ୍ଲଟ ବୁକିଂ ପେମେଣ୍ଟ କରିଛନ୍ତି, ତାହା ମଧ୍ୟ କାଏମ ରହିବ। ସେହିପରି ଯେଉଁ ମୋଟର ସାଇକେଲ୍‌ରେ ଫିଟ୍‌ନେସ୍ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଅବଧି ଫେବୃୟାରୀ ୧ରୁ ଜୁନ୍ ୩୦ ଭିତରେ ସରୁଥିବ, ତାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ଭାବେ ବିବେଚନା କରାଯିବ। ଏଥିପାଇଁ କେହି RTO ଅଫିସ ଆସିବାକୁ ବିଭାଗ ମନା କରିଛି।

ସୂଚନା ଥାଉକି,  ଆଜିଠାରୁ DL ପାଇଁ  ପୁଣି ସ୍ଲଟ ବୁକିଂ ହେବ ବୋଲି ଗତକାଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ। ତେବେ କୋଭିଡ୍-୧୯ ପାଇଁ ପୁଣିଥରେ ସ୍ଲଟ ବୁକିଂ ବାତିଲ କରିଛନ୍ତି ରାଜ୍ୟ ସରକାର।

You might also like