ସ୍କୁଲ୍‌ ଓ କଲେଜ୍‌ରେ ରହିବେ ବାହାରୁ ଆସୁଥିବା ଶ୍ରମିକ

ଭୁବନେଶ୍ୱର: ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ବନ୍ଦ ପଡ଼ିଥିବା ସ୍କୁଲ ଓ କଲେଜରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ଫେରାଇ ଆଣିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି  ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି।

ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମୁନସିପାଲ କମିଶନରମାନେ ସ୍କୁଲ ଓ କଲେଜରେ ଶ୍ରମିକଙ୍କ ରହିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି। କରୋନା ଲକ୍‌ଡାଉନ୍‌ ପାଇଁ ଏବେ ସ୍କୁଲ କଲେଜଗୁଡ଼ିକ ବନ୍ଦ ରହିଥିବାରୁ ଏସବୁ ସ୍ଥାନରେ ବିଦେଶ ଫେରନ୍ତା ଶ୍ରମିକମାନଙ୍କୁ ଅସ୍ଥାୟୀ ଭାବେ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

You might also like