ମାର୍ଚ୍ଚ ୩୧ ଯାଏ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ: ବନ୍ଦ ହେବ ବ୍ରେଥ୍ ଆନାଲାଇଜର୍

ଭୁବନେଶ୍ୱର: କରୋନା ସତର୍କତା ପାଇଁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖିଲେ ସରକାର। ମାର୍ଚ୍ଚ ୧୮ରୁ ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ (RTO) ଲୋକ ଗହଳିକୁ ବାରଣ କରିବା ଲାଗି DL ଟେଷ୍ଟ ସ୍ଥଗିତ ରଖିଛନ୍ତି ସରକାର। ଏନେଇ ସମସ୍ତ RTOଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ କରୋନା ପାଇଁ ବ୍ରେଥ୍ ଆନାଲାଇଜର୍ ଟେଷ୍ଟ ଉପରେ ସରକାର ରୋକ୍‌ ଲଗାଇଛନ୍ତି। ଏ ନେଇ ସବୁ ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ। କରୋନା ସଂକ୍ରମଣ ରୋକିବା ପାଇଁ ବ୍ରେଥ୍‌ ଆନାଲାଇଜର୍‌ ଟେଷ୍ଟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆ ଟ୍ରାଫିକ୍ ନିୟମରେ ରାଜ୍ୟ ସମେତ ସାରା ଦେଶରେ କଡ଼ାକଡ଼ି ଭାବେ ଚେକିଂ ଚାଲିଥିବା ବେଳେ କରୋନା ସ୍ଥିତିରେ ସେତେଟା ଧରପଗଡ଼ ଆଉ ଦେଖିବାକୁ ମିଳି ନାହିଁ।

 

You might also like