କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଉ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ହେବ। ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆନଯାଇ ଏହି କେୟାର ହୋମ୍‌ରେ ରଖାଯିବ।

ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ କୋଭିଡ୍ କେୟାର ହୋମ୍‌ରେ ରଖାଯିବ। ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ନିଆଯିବ। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କୋଭିଡ କେୟାର ହୋମରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିପାରିବେ। ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକ କୋଭିଡ୍ କେୟାର ହୋମ୍‌ରେ ରଖାଯିବାର ବ୍ୟବସ୍ଥା ହେଉଛି। ସରପଞ୍ଚଙ୍କ ହାତରେ କୋଭିଡ କେୟାର ହୋମ୍ ପରିଚାଳନା ଦାୟିତ୍ୱ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋଭିଡ୍ ପରିଚାଳନା ବିକେନ୍ଦ୍ରୀକରଣ ପାଇଁ ୱାର୍ଡ କମିଟି ଗଠନ କରାଯିବ। କମିଟିରେ ୱାର୍ଡସ୍ତରୀୟ ପ୍ରତିନିଧିଙ୍କ ସହ ଆଶା, ଅଙ୍ଗନବାଡ଼ି କର୍ମୀ, ANM, SHG ସଦସ୍ୟା ବି ରହିବେ। ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା କ୍ଷମତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ରାଜ୍ୟରେ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ୨୧ ଅଗ୍ନିଶମ କର୍ମଚାରୀ ଅଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରର ୧୪୫ ହୋଇଥିବାବେଳେ ୩୦ଟି ଲୋକାଲ୍ କେସ୍ ରହିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ୭୫ କରୋନା ଆକ୍ରାନ୍ତୁ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ମୋଟ ସୁସ୍ଥଙ୍କ ସଂଖ୍ୟା ୩୦୪୭ରେ ପହଞ୍ଚିଛି।

 

You might also like