ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ମାଛର ହେବ ଯାଞ୍ଚ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛକୁ ଆସାମ ସରକାର ବ୍ୟାନ୍ କରିବା ପରେ ଓଡ଼ିଶାକୁ ଆସୁଥିବା ମାଛକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ଆନ୍ଧ୍ରରୁ ଓଡ଼ିଶାକୁ ଆସୁଥିବା ମାଛର ଅନୁଧ୍ୟାନ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାକୁ ଆସୁଥିବା ମାଛରେ ରାସାୟନିକ ଦ୍ରବ୍ୟ ‘ଫର୍ମାଲିନ୍‌’ ଅଛି କି ନାହିଁ ସେ ନେଇ ଯାଞ୍ଚ କରାଯିବ। ମତ୍ସ୍ୟ ନିର୍ଦ୍ଦେଶକଙ୍କ ସହ କଥା ହୋଇ ତଦନ୍ତ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ସହ ବଜାରକୁ କି ପ୍ରକାର ମାଛ ଆସୁଛି ତାହାର ମଧ୍ୟ ରିପୋର୍ଟ ମାଗିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ।

ସୂଚନାଯୋଗ୍ୟ, ଆନ୍ଧ୍ରରୁ ଆସୁଥିବା ମାଛରେ ଫର୍ମାଲିନ୍‌ ଥିବାରୁ ଆସାମ ସରକାର ଏହାକୁ ୧୦ ଦିନ ପାଇଁ ବ୍ୟାନ୍ କରିଛନ୍ତି। ଆସାମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆନ୍ଧ୍ର ମାଛରେ ଫର୍ମାଲିନ୍‌ ଥିବା ଲାବରେଟୋରୀର ପରୀକ୍ଷା କରି ଘୋଷଣା କରିବା ପରେ ଆସାମ ସରକାର ବାଧ୍ୟ ହୋଇ ଏହାକୁ ବ୍ୟାନ୍‌ କରିଥିଲେ ।  ଆଉ ଏବେ ତତ୍ପରତା ଦେଖାଇଛନ୍ତି ଓଡ଼ିଶା ସରକାର।

ଫର୍ମାଲିନ୍‌ କ’ଣ ?

ଫର୍ମାଲିନ୍ ହେଉଛି ଏକ ରାସାୟନିକ ଦ୍ରବ୍ୟ । ମାଛ ଶୀଘ୍ର ପଚି ନଯିବା ପାଇଁ ବା ମାଛକୁ ତାଜା ରଖିବା ପାଇଁ ମତ୍ସ୍ୟ ବ୍ୟବସାୟୀମାନେ ଏହାର ବ୍ୟବହାର କରିଥା’ନ୍ତି । ଫର୍ମାଲିନ୍‌ ଆମ ଖାଦ୍ୟରେ ମିଶିଲେ କ୍ୟାନ୍‌ସର୍‌ ହୁଏ ବୋଲି ଗବେଷଣାରୁ ଜଣାପଡ଼ିଛି ।

formalin

You might also like
Comments
Loading...