ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା

ଭୁବନେଶ୍ୱର: ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିଶ ଶିକ୍ଷା। ୩୦ ଜିଲ୍ଲାର ୧୦୧ ସ୍କୁଲକୁ ଉତ୍କର୍ଷ କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୧୦୧ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲିବ। ପ୍ରତି ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ୨୫ ଲକ୍ଷ ଲେଖାଏଁ ଦିଆଯିବ।

୨୦ରୁ କମ ପିଲା ଥିବା ସ୍କୁଲକୁ ପାଖ ସ୍କୁଲରେ ମିଶାଇବାକୁ ନିଷ୍ପତ୍ତି ହୋଇଛି। ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ପିଲାଙ୍କୁ ସର୍ବାଧିକ ୫ ହଜାର ସ୍ଥାନାନ୍ତର ଭତ୍ତା ମିଳିବା ନେଇ ନିଷ୍ପତ୍ତି ହୋଇଛି। ମୁଖ୍ୟତଃ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଇଂରାଜୀ ଭାଷାରେ ପ୍ରାଧାନ୍ୟ ଦେବାକୁ ଅଭିଭାବକମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ସେମାନଙ୍କୁ ଘରୋଇ ସ୍କୁଲରେ ପ‍ଢ଼ାଉଛନ୍ତି। ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦେବାକୁ ଅଭିଭାବକଙ୍କ ଆଗ୍ରହ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

You might also like